www.samajalive.in
Monday, December 15, 2025
14.1 C
Bhubaneswar

ସମଲିଙ୍ଗୀ ସଂପର୍କ : କେଉଁଠି ଅପରାଧ ତ’ କେଉଁଠି ମାନ୍ୟତା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ସମଲିଙ୍ଗୀ ସଂପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିଦେଇଛନ୍ତି। ହେଲେ ପୃଥିବୀରେ ଏଭଳି ଏକାଧିକ ଦେଶ ରହିଛି ଯେଉଁଠି ସମଲିଙ୍ଗୀ ସଂପର୍କକୁ ଆଜି ମଧ୍ୟ ଅପରାଧ ଭାବେ ବିବେଚନା କରାଯାଇ ଥାଏ । ଏପରିକି ଅନେକ ଦେଶରେ ସମଲିଙ୍ଗୀ ସଂପର୍କକୁ ନେଇ ଅପରାଧ ଏବଂ ମୃତ୍ୟୁ ଦଣ୍ଡାଦେଶର ନିୟମ ମଧ୍ୟ ରହିଛି ।
ସୁଦାନ, ଇରାନ, ସାଉଦି ଆରବ, ୟମନ ଆଦି ଦେଶରେ ସମଲିଙ୍ଗୀକୁ ଅପରାଧ ଭାବେ ଗ୍ରହଣ କରାଯିବା ସହ ମୃତ୍ୟୁଦଣ୍ଡ ପ୍ରଦାନର ନିୟମ ରହିଛି । ତେବେ ସୋମାଲିଆ ଓ ନାଇଜେରିଆର କିଛି ସ୍ଥାନରେ ମଧ୍ୟ ମୃତ୍ୟୁଦଣ୍ଡ ପ୍ରଦାନ କରାଯାଏ। ବିଶ୍ୱରେ ୧୩ଟି ଏପରି ରାଷ୍ଟ୍ର ରହିଛି ଯେଉଁଠି ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଏଥିପାଇଁ ମୃତ୍ୟୁଦଣ୍ଡ ପ୍ରଦାନର ଆଇନ ରହିଛି । ଆଫଗାନିସ୍ଥାନ, ପାକିସ୍ତାନ, କତାର ପରି ଦେଶରେ ମଧ୍ୟ ମୃତ୍ୟୁ ଦଣ୍ଡର ଆଇନ ରହିଥିଲେ ମଧ୍ୟ ଏହାକୁ ଲାଗୁ କରା ଯାଇ ନଥାଏ।
ସେହିପରି ଇଣ୍ଡୋନେସିଆ ସମେତ ଆଉ କେତେକ ଦେଶରେ ସମଲିଙ୍ଗୀ ସମ୍ପର୍କ ପାଇଁ ଚାବୁକ ମାଡ଼ ମାରିବାର ଆଇନ ରହିଛି। ସେହିପରି ଅନ୍ୟ କିଛି ଦେଶରେ ଜେଲଦଣ୍ଡରେ ଦଣ୍ଡିତ କରିବାର ନିୟମ ରହିଛି।
ତେବେ ସମଲିଙ୍ଗୀ ସମ୍ପର୍କକୁ ଇୟୁରୋପୀୟ ଦେଶରେ ମାନ୍ୟତା ମିଳିଛି । ବେଲଜିୟମ, କାନାଡ଼ା, ସ୍ପେନ୍‍, ଦକ୍ଷିଣ ଆଫ୍ରିକା, ନରୱେ, ସ୍ୱୀଡେନ୍‍, ଆଇସଲ୍ୟାଣ୍ଡ, ପର୍ତ୍ତୁଗାଲ, ଆର୍ଜେଣ୍ଟିନା, ଡେନମାର୍କ, ଉରୁଗୁଏ, ନୁଜିଲ୍ୟାଣ୍ଡ, ଫ୍ରାନ୍ସ, ବ୍ରାଜିଲ, ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଲଗଜମବର୍ଗ, ଫିନଲ୍ୟାଣ୍ଡ, ଆୟରଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, କୋଲମ୍ବିଆ, ଜର୍ମାନ, ମାଲ୍ଟା ପରି ଦେଶ ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ଦେଇଛି।
ନେଦାରଲ୍ୟାଣ୍ଡ ସର୍ବପ୍ରଥମେ ୨୦୦୦ମସିହାରେ ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ କରିଥିଲା । ୨୦୧୫ରେ ଆମେରିକା ସର୍ବୋଚ୍ଚ ନ୍ୟାୟାଳୟ ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ କରିଥିଲା । ୨୦୦୧ ପର୍ଯ୍ୟନ୍ତ ଆମେରିକାର ୫୭ ପ୍ରତିଶତ ନାଗରିକ ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରୁଥିଲେ। ଅଥଚ ୨୦୧୭ରେ ହୋଇଥିବା ସର୍ଭେକ୍ଷଣରେ କେବଳ ଆମେରିକାରରେ ୬୨ପ୍ରତିଶତ ଅମେରିକୀୟ ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ କରିଥିବା ପ୍ରମାଣ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories