www.samajalive.in
Sunday, December 14, 2025
19.1 C
Bhubaneswar

ଅବକାରୀ ଓ ପୁଲିସର ମିଳିତ ଚଢାଉ: ମଦ ଜବତ, ୩ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ମୋବାଇଲ ଟିମ୍ ଏବଂ ପୁରୁଣାକଟକ ପୁଲିସ ସହଯୋଗରେ ହରଭଙ୍ଗା ବ୍ଲକର ତିନୋଟି ପୃଥକ ପୃଥକ ସ୍ଥାନରେ ଶୁକ୍ରବାର ଚଢାଉ କରାଯାଇଛି। ଚଢାଉ ବେଳେ ବିଭାଗ ପକ୍ଷରୁ ୧୫ଲିଟର ଦେଶୀ ମହୁଲି ମଦ ଏବଂ ୪.୫ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଅବକାରୀ ମୋବାଇଲ ଟିମ ଏବଂ ପୁରୁଣାକଟକ ପୁଲିସ ପକ୍ଷରୁ ତେଇସିମାଇଲରେ ଚଢାଉ କରାଯାଇ ସୀମାଞ୍ଚଳ ସାହୁ(୩୬)ଙ୍କ ଠାରୁ ୪.୫ଲିଟର ବିଦେଶୀ ମଦ ଏବଂ ବାଘଛେପରାରେ ଚଢାଉ କରି ଆନନ୍ଦ ଚନ୍ଦ୍ର କହଁର(୪୦)ଙ୍କଠାରୁ ୫ଲିଟର ଦେଶୀ ମହୁଲି ମଦ, ଶେଷରେ କୁଟିଝାରରେ ଚଢଉ କରାଯାଇ ନୃସିଂହ ନାଏକ(୪୦)ଙ୍କ ଠାରୁ ୧୦ଲିଟର ଦେଶି ମହୁଲି ମଦ ଜବତ କରାଯାଇଛି। ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଆଜିର ଏହି ଚଢାଉ ବେଳେ ବୌଦ୍ଧ ଅବକାରୀ ଇନିସପେକ୍ଟର ସାଗରିକା ପ୍ରଧାନ, ହରଭଙ୍ଗା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ଭ୍ରାମ୍ୟମାଣ ଅବକାରୀ ଇନିସପେକ୍ଟର ସ୍ପନ୍ଦନ ମହାନ୍ତି, ପୁରୁଣାକଟକ ଆଇ.ଆଇ.ସି ଜ୍ୟୋସ୍ନା କାଉଁରୀ, ଅବକାରୀ ଉପ ନିରୀକ୍ଷକ ରୂପେଶ ମୁଖୀଙ୍କ ସମେତ ଅବକାରୀ କର୍ମଚାରୀ ଏବଂ ପୁଲିସ କର୍ମଚାରୀ ଚଢାଉରେ ସାମିଲ ଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories