www.samajalive.in
Monday, December 8, 2025
14.1 C
Bhubaneswar

ନଦୀପାଣି ଭରସାରେ ମହୁଲବାଡ ଗ୍ରାମବାସୀ

ପାତ୍ରପୁର: ସରକାର ସବୁ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି। ତେବେ ମହୁଲବାଡ ଲୋକଙ୍କ ପାଇଁ ଏହି ସୁବିଧା ହୋଇ ନଥିବା ଯୋଗୁଁ ବର୍ଷ ତମାମ ଲୋକମାନେ ନଦୀ ପାଣି ଉପରେ ନିର୍ଭର କରୁଥିବା ଅଭିଯୋଗ ହେଉଛି। ଖାରିଆଗୁଡା ପଞ୍ଚାୟତ ଅଧୀନରେ ମହୁଲବାଡ ଗ୍ରାମଟି ରହିଛି। ଗ୍ରାମରେ ୨୫ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରୁଛନ୍ତି। ବର୍ଷ ତମାମ ଗ୍ରାମର ଲୋକମାନେ ରାତି ପାହିଲେ ପ୍ରାୟ ଦେଡ଼ କିଲୋମିଟର ଦୂର ବଗୀ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି। ବର୍ଷା ଦିନରେ ନଦୀରେ ଗୋଳିଆ ପାଣି ଆସିଲେ ପର୍ବତ ଝର ପାଣି ଆଣି ଯାବତୀୟ କାର୍ୟ୍ୟରେ ବ୍ୟବହାର କରୁଛନ୍ତି।

ଏହି ଗ୍ରାମର ପାନୀୟ ଜଳର ସମସ୍ୟାକୁ ଦେଖି ଗ୍ରାମରେ ଏକ ନଳକୂପ ସ୍ଥାପନ କରାଯାଇଥିଲା। ତେବେ ଏଥିରୁ ଠିକ ଭାବେ ପାଣି ନ ବାହାରିବା ଯୋଗୁଁ ଲୋକମାନେ ନଦୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମଟି ପଂଚାୟତଠାରୁ ପ୍ରାୟ ନଅ କିଲୋମିଟର ଦୂର। ଗ୍ରାମରୁ ବିଭିନ୍ନ କାର୍ୟ୍ୟ ସମ୍ପାଦନ ପାଇଁ ଯିବାକୁ ହେଲେ ରାସ୍ତାରେ ବଗୀ ନଦୀ ପାର ହେବାକୁ ପଡୁଛି। ଗ୍ରାମରୁ ପାଦ ଚଲା ରାସ୍ତାରେ ଜାଡ଼ି ମହୁଲ ଆସିବା ପରେ ବିଭିନ୍ନ କାର୍ୟ୍ୟକୁ ଯିବାକୁ ପଡୁଛି। ଏହି ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ରହିଛି । ଏବେ ଏହି କେନ୍ଦ୍ର ପାଇଁ ଗୃହ ନିର୍ମାଣ କାର୍ୟ୍ୟ ଚାଲି ଛ।ତ ପଡିଛି। ଏହି କେନ୍ଦ୍ର ଉପରେ ନିର୍ଭର କରୁଥିବା ଅନ୍ୟ ତିନୋଟି ଆଦିବାସୀ ଗ୍ରାମ ନଦୀର ଅପରପାର୍ଶ୍ୱରେ ରହିଛି। ଯଦ୍ବାରା ପିଲାଙ୍କ ଏହି କେନ୍ଦ୍ରକୁ ଆସିବାରେ ଅସୁବିଧା ହେଉଛି। ଦଶରୁ ଊର୍ଦ୍ଧ୍ବ ପରିବାରଙ୍କ ଆବାସ ଘର ନାହିଁ। ଛଅ ବର୍ଷ ପୂର୍ବେ ଏହି ପରିବାରକୁ ଆବାସ ଯୋଜନାରେ ସାମିଲ କରି କାର୍ୟ୍ୟ କରିବା ପାଇଁ କିଛି ଅର୍ଥ ପ୍ରଦାନ କରାଯାଇ ଥିଲା। ତେବେ ସେହି ସମୟରେ ଲୋକମାନେ ଅଗ୍ରୀମ ନେଇ କାର୍ୟ୍ୟ କୌଣସି କାରଣରୁ ଆରମ୍ଭ କରି ପାରି ନଥିଲେ। ଏବେ ଘର କାର୍ୟ୍ୟ ପାଇଁ ବିଭିନ୍ନ ଜିନିଷର ଦରବୃଦ୍ଧି ଯୋଗୁଁ ଲୋକମାନେ କାମ ଆରମ୍ଭ କରି ପାରୁ ନାହାନ୍ତି। ପ୍ରଶାସନ ତରଫରୁ ପୂର୍ବରୁ ନେଇଥିବା ଅଗ୍ରୀମ ଅର୍ଥ ପଇଠ କଲେ ନୂତନ ଭବେ ଯୋଜନାରେ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ଏଥିରେ ଅଗ୍ରଗତି ହୋଇ ପ।ରିନାହିଁ। ଏହି ଗ୍ରାମର ପିଲାମାନେ ନଦୀ ପାର ହୋଇ ଜାଡ଼ି ମହୁଲ ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି। ତେବେ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ନଦୀଠାରୁ ଗ୍ରାମକୁ ଏବେ ମାଟି ରାସ୍ତାନିର୍ମାଣ କାର୍ୟ୍ୟ ଚାଲିଛି। ବିଭିନ୍ନ ସମୟରେ ଗ୍ରାମରୁ ରୋଗୀ ଗର୍ଭବତୀଙ୍କୁ ସ୍ଥାନାନ୍ତରିତ ବେଳେ ଅସୁବିଧା ହେଉଛି। ଏଣୁ ପ୍ରଶାସନ ଗ୍ରାମ ଏହିଭଳି ଅବସ୍ଥାକୁ ଦେଖି ଗ୍ରାମରେ ପାନୀୟ ଜଳ ଯୋଗାଇବା ସହିତ ଭଲ ରାସ୍ତାଟିଏ ନିର୍ମାଣ କରିବା ସହିତ କାର୍ୟ୍ୟ ନହୋଇ ଅଟକିଥିବା ଆବାସ ନିର୍ମାଣ ପାଇଁ ପଦକ୍ଷେପ ନେଲେ ଲୋକଙ୍କ ଦୁଃଖ ଦୂର ହୋଇପାରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories