www.samajalive.in
Sunday, December 14, 2025
15.1 C
Bhubaneswar

ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ

ବାଙ୍କୀ: ବାଙ୍କୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଧିନ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କର ଏକ ସମ୍ମିଳନୀ ଶୁକ୍ରବାର ସ୍ଥାନୀୟ ରଘୁନାଥ ଦେବତା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସଂଚାଳନରେ ଅନୁଷ୍ଠିତ ପ୍ରଧାନ ଶିକ୍ଷକ ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ମାହାଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ବେହେରା ଯୋଗଦେଇ ସମ୍ମିଳନୀର ଆଭିମୁଖ୍ୟ, ଶିକ୍ଷକମାନଙ୍କର ସାମାଜିକ ଦାୟିତ୍ୱବୋଧ, ବିଦ୍ୟାଳୟରେ ଶୈକ୍ଷିକ ପରିଚାଳନା କ୍ଷେତ୍ରର ଗୁରୁତ୍ୱ ଓ ଶିକ୍ଷକଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ରଘୁନାଥ ଦେବତା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ କୁମାର ମହାଳି, ଅତିରିକ୍ତ ଶିକ୍ଷାଅଧିକାରୀ ଲତିକା ଦେଇ, ବି.ଆର.ସି.ସି ରୁକ ନାୟକ ପ୍ରମୁଖ ଯୋଗଦେଇଥିଲେ। ଦୀର୍ଘ ୨ ବର୍ଷର କରୋନା ପ୍ରଭାବରେ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ ଶିକ୍ଷା ଓ ପରିବେଶ ପ୍ରଭାବିତ ହୋଇଛି। ଏହାର ସୁଧାର ସ୍ଥିତିକୁ ଫେରାଇବା ପାଇଁ ବିଦ୍ୟାଳୟମାନଙ୍କରେ ପ୍ରଧାନଶିକ୍ଷକଙ୍କ ନେତୃତ୍ୱରେ ବିଦ୍ୟାଳୟ ଗୁଡିକର କିଭଳି ଶୈକ୍ଷିକ ପରିବେଶ,ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଏବଂ ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେ ସମ୍ପର୍କରେ ପ୍ରଧାନଶିକ୍ଷକମାନଙ୍କୁ ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟକ୍ରମରେ ସି.ଆର.ସି.ସି ଅରୁଣ ଉଦୟ ବେହେରା, ମନୋରଂଜନ ମନ୍ତ୍ରୀ, ଚକାନୟନ ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ଡଃ ଚିତ୍ତରଂଜନ ସାହୁ, ମକର ମହାରଣା, ସୂର୍ଯ୍ୟମଣି ବେହେରା, ପ୍ରଫୁଲ୍ଲ ମହାରଣା, ଭରତ ଚନ୍ଦ୍ର ଦେହୁରୀ ଓ ବିଜୟ କୁମାର ନନ୍ଦଙ୍କ ସମେତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଉପସ୍ଥିତ ରହି ବୌଦ୍ଧିକ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଏହି ଆଲୋଚନାରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରାୟ ୪୩ ଗୋଟି ବିଭିନ୍ନ ବିଷୟଗତ ଆଲୋଚନା କରାଯାଇଥିଲା। ସବୁ ଶ୍ରେଣୀର ପିଲା ମାନେ କିଭଳି ଉତ୍ତମମାନର ଶିକ୍ଷା ପାଇବେ ସେଥି ପାଇଁ ଶୃଙ୍ଖଳିତ ପରିବେଶ ସୃଷ୍ଟିରେ ଶିକ୍ଷକମାନେ ନିଷ୍ଠାର ସହ ଭାଗିଦାରୀ ହେବା ପାଇଁ ବ୍ଲକ ଶିକ୍ଷାଅଧିକାରୀ ଆଲୋକପାତ କରିଛନ୍ତି। ବି.ଆର.ସି.ସି ରୁକ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories