ଗୁଡଭେଲା: ଗୁଡଭେଲା ବ୍ଳକ ବିଭିନ୍ନ ଗ୍ରାମରେ ପୁଅ ଜୁଇତିଆ ପାଳିତ ହୋଇଯାଇଛି। ବାର ମାସରେ ତେର ପର୍ବ ସେଥି ମଧ୍ୟରୁ ପଶ୍ଚିମ ଓଡିଶାର ଗୁରୁତ୍ୱ ବହନ କରୁଥିବା ପୁଅ ଜୁଇତିଆ ଅନ୍ୟତମ। ସାଧାରଣତଃ ଏହି ପର୍ବ ଆଷ୍ମିନ ମାସ କୃଷ୍ଣ ଅଷ୍ଟମ ତିଥିରେ ପାଳନ କରାଯାଏ। ମା’ ମାନେ ପୁଅଙ୍କର ଦିର୍ଘାୟୁ, ସୁସ୍ଥ ସବଳ ସ୍ୱାସ୍ଥ୍ୟ କାମନା କରି ଜଗତ ଜନନୀ ଦୁର୍ଗାକୁ ସ୍ମରଣ କରି ପୂଜା କରିଥାନ୍ତି। ଏହି ପୂଜାର ପ୍ରାଧାନ୍ୟ କହିଲେ ମା’ ମାନେ ନିର୍ଜଳା ଉପବାସ ରହି ୨୧ ପ୍ରକାର ଫଳ, ୧୦୮ଟି ଦୁବ ସହ ଅରୁଆ ଚାଉଳ ଏବଂ ଳିଆର୍ ଜୁଗାର ସହ ଳଡୁ ଧରି ମା’ ମାନେ ପୂଜା ମଣ୍ଡପକୁ ଧରି ଆସିଥାନ୍ତି।
ପ୍ରାରମ୍ଭିରେ ସନ୍ଧ୍ୟା ସମୟରେ କାକୁଡି ଚକି ସହ ଅଫାମରା ଗଛର କାଠି ଧରି ନଦୀକୁ ଯାଇ ବାଳିରେ ପୂଜା କରିବା ସହ ଜଳ ପୂର୍ଣ୍ଣ କଳସ ଧରି ହୁଳହୁଳି ସହ ଘଣ୍ଟ ସଙ୍ଖ ବଜାଇ ଘରକୁ ଆସିଥାନ୍ତି। ତାପରେ ପୂଜାସ୍ଥଳକୁ ପୂଜା ସାମଗ୍ରୀ ସହ ନୂତନ ଲୁଗା ମା’ମାନେ ପରିଧାନ କରି ପୂଜା ମଣ୍ଡପରେ ଉପସ୍ଥିତ ରହି ଦୁତିବାହାନଙ୍କ ପୁରାଣ ବ୍ରାହ୍ମଣଙ୍କ ଦ୍ବାରା ପଠନ କରିବା ସହ ପୂଜା କରିଥାନ୍ତି। ବିଭିନ୍ନ ପୂଜା ବିଧି ସରିଲାପରେ ମା’ମାନେ ଘରକୁ ଫେରିବା ପରେ ପୁଣି ପାହାନ୍ତାରୁ ମା’ମାନେ ନଦୀକୁ ଆସି ବୁଡ ମାରିବା ପରେ ପୂର୍ବ ଭଳି ପୂଜା କରିବା ସହ ଭୋଗ ଧରି ଘରକୁ ଆସିଥାନ୍ତି। ପୁଅମାନଙ୍କୁ ସାତଧର ଦୁବ ଜୁଇତିଆ ଉତାରିବା ପରେ ଜୁଇତିଆ ପିନ୍ଧାଇଥାନ୍ତି। ତାପରେ ମା’ମାନେ ଜଳପାନ ସହ ଅନ୍ନ ଭକ୍ଷଣ କରନ୍ତି।



