OMC 1 banner

ଆୟୁଷ ଡାକ୍ତରଙ୍କୁ ନିୟମିତ କରିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଓଡିଶା ଆୟୁଷ ଡାକ୍ତରଙ୍କ ଆସୋସିଏସନ୍ ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ଆୟୁଷ ଡାକ୍ତରମାନଙ୍କ ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳ ଏବଂ ସିଡିଏମଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହି ମାସରେ ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରାନଗଲେ ଆସନ୍ତା ଅକ୍ଟୋବର ୨ ତାରିଖରୁ ଡାକ୍ତରୀ କାର୍ଯ୍ୟରେ ଯୋଗ ଦେବୁ ନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

ସେମାନଙ୍କ ଦାବି ଅନୁଯାୟୀ ରାଜ୍ୟରେ ମୋଟ ୧୧୫୦ ଜଣ ଆୟୁଷ ଡାକ୍ତର ପ୍ରମୁଖ ନିଜେ ଅସୁରୁକ୍ଷିତ ରହି ଏନଏଚଏମ ଅଧୀନରେ ଚୁକ୍ତିଭିତ୍ତିକ ଭିତ୍ତିରେ ଓଡିଶାର ସିଏଚସୀ/ପିଏଚସିରେ କାର୍ଯ୍ୟ କରି ନିୟମିତ ସେବା କରିଆସୁଛନ୍ତି। ବିଭିନ୍ନ ସମୟରେ ନିୟମିତକରଣ ପାଇଁ ସରକାରଙ୍କୁ ଜଣାଇଛୁ। ୧୪ ବର୍ଷ ଧରି ଏନଏଚଏମ ଅଧୀନରେ ଚୁକ୍ତିଭିତ୍ତିକ ସେବା ହେତୁ ଆୟୁଷ ଡାକ୍ତରମାନେ ବହୁତ ଯନ୍ତ୍ରଣା ଏବଂ ନିରାଶାରେ ଅଛନ୍ତି। ଦାବି ମୁତାବକ ଚୁକ୍ତିଭିତ୍ତିକ ଭିତ୍ତିରେ ଏନଏଚଏମ ଅଧୀନରେ ୨୦୦୭ ଠାରୁ ଗ୍ରାମୀଣ ଡାକ୍ତରଖାନାଗୁଡ଼ିକରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପରିଚାଳନା ପାଇଁ ଆୟୁଷ ଡାକ୍ତରମାନେ କଠିନ ପରିଶ୍ରମ କରୁଛନ୍ତି ଓ ସେମାନେ ଗତ ୧୪ ବର୍ଷ ହେଲା ଚୁକ୍ତିଭିତ୍ତିକ ଭିତ୍ତିରେ ରହିଥିବା କହିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଡ଼ଃ ଅଞ୍ଜନା ମିର୍ଦ୍ଧା, କାଳୀ ଶତପଥି, ଆଦ୍ୟା ରଶ୍ମି ସ୍ୱାଇଁ, ସୁଶ୍ରୀ ସଂଗୀତା ବେହେରା, ପଦ୍ମଲୋଚନ ଦାସ, ଚନ୍ଦ୍ରକାନ୍ତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.