www.samajalive.in
Monday, December 15, 2025
14.1 C
Bhubaneswar

କଲମପୂର ବ୍ଲକ ମଣ୍ଡଳ ସ୍ଥିତ ପରୀ ଏଗ୍ରୋ ସେଲ୍ସ ଉପରେ କୃଷିବିଭାଗର ଚଢ଼ାଉ

କଲମପୂର: କଲମପୂର ବ୍ଲକ ଅନ୍ତର୍ଗତ ମଣ୍ଡଳ ଠାରେ ଥିବା ପରୀ ଏଗ୍ରୋ ସେଲ୍ସ ଉପରେ କଲମପୁର ବ୍ଲକ କୃଷି ବିଭାଗ ତରଫରୁ ଚଢ଼ାଉ କରାଯାଇଛି। ବେନିୟମ ଭାବେ କିଛି କୃଷି ଉପଯୋଗୀ କୀଟନାଶକ ବିକ୍ରୟ କରୁଥିବା ନେଇ ଅଭିଯୋଗ ହେଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି କଲମପୂର ବ୍ଲକ ସହକାରୀ କୃଷି ଅଧିକାରୀ ସୁଜାତା ଛତ୍ରିଆଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଛି। ଚଢ଼ାଉ ସମୟରେ ସିଜେଣ୍ଟା ଏଗ୍ରୋ ପ୍ରଡକ୍ଟସ୍ କମ୍ପାନୀର କିଛି କୀଟନାଶକ ଉପଲବ୍ଧ ଥିଲା। ଏହି କମ୍ପାନୀର ସାମଗ୍ରୀ ବିକ୍ରୀ କରୁଥିବା ନେଇ କୌଣସି କାଗଜାତ ଦେଖାଇ ପାରିନଥିଲେ। ଯାହା ବେନିୟମ ଅଟେ। ଏହି ସମସ୍ତ ସାମଗ୍ରୀ ସେ ଜୟପାଟଣା ସ୍ଥିତ ଆର୍. କେ ଏଗ୍ରୋରୂ ଆଣି ବିକ୍ରୀ କରୁଥିବା ସୁଚନା ଦେଇଥିଲେ। କିନ୍ତୁ ଉଭୟ ଆର୍.କେ ଏଗ୍ରୋ ଅଥବା ପରୀ ଏଗ୍ରୋ ସେଲ୍ସ ସିଞ୍ଜେଣ୍ଟା ଏଗ୍ରୋ ପ୍ରଡକ୍ଟସ୍ କମ୍ପାନୀର ଅଧିକୃତ ବିକ୍ରେତା ନୁହନ୍ତି ଓ ବେନିୟମ ଭାବେ ଏ ସମସ୍ତ ସାମଗ୍ରୀ ବିକ୍ରୀ କରୁଛନ୍ତି ବୋଲି ସିଞ୍ଜେଣ୍ଟା ଏଗ୍ରୋ ପ୍ରଡକ୍ଟସ୍ ର କ୍ଷେତ୍ର ଅଧିକାରୀ ରବୀନ୍ଦ୍ର ରାଉତ ସୁଚନା ଦେଇଛନ୍ତି।

- Advertisement -

ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଗତ ୨୨ ବର୍ଷ ଧରି କଲମପୁର ଅଞ୍ଚଳରେ ଦୁଇ ଫସଲୀ ଚାଷ କରାଯାଉଛି। ଯେଉଁଥିପାଇଁ କଲମପୁର ଅଞ୍ଚଳରେ ଅନେକ ନାମୀ ବେନାମୀ କମ୍ପାନୀ ମାନେ ସେମାନଙ୍କ ପସରା ମେଲି ଦେଇଛନ୍ତି। ଅନେକ ସମୟରେ ବେନାମୀ କମ୍ପାନୀର ଭେଜାଲ ସାମଗ୍ରୀ ଖରିଦ୍ କରି ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏହି ଚଢାଉ ସମୟରେ କୃଷି ବିଭାଗର କର୍ମଚାରୀ ଓ ସିଞ୍ଜେଣ୍ଟା ଏଗ୍ରୋ ପ୍ରଡକ୍ଟସ୍ କମ୍ପାନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories