www.samajalive.in
Friday, December 12, 2025
16.1 C
Bhubaneswar

ସମର୍ପଣ ଦିବସ ପାଳନର ୧୩ ତମ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୌଦ୍ଧ: ଟିକରପଡ଼ା ଗ୍ରାମ ପଞ୍ଚାୟତର ବିରିଗଡ ଠାରେ ସେବା ଏବ୍ଂ ସମର୍ପଣ ଦିବସ ପାଳନର ୧୩ ତମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜୟନ୍ତୀ ବଡ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ପ୍ରଥମରୁ ବିରିଗଡ ଗ୍ରାମ ଖେଳ ପଡିଆ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା। ଏହାପରେ ଗ୍ରାମର ମନ୍ଦିର ଚତୁଃପାର୍ଶ୍ଵରେ ସ୍ଵଚ୍ଛ ଭାରତ ସଫେଇ କାର୍ଯ୍ୟକ୍ରମ ସହ ଲୋକମାନଙ୍କୁ ପରିବେଶକୁ ସନ୍ତୁଳିତ ରଖିବା ଓ ମୋଦିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ ନିମନ୍ତେ ସମସ୍ତ୍ ଯୁବମୋର୍ଚ୍ଚା ସଦସ୍ୟମାନେ ଲୋକଙ୍କ ପାଖରେ ପହଞ୍ଚି ସେବାମୂଳକ କାର୍ଯ୍ୟ ହାତକୁ ନେଇ ସମସ୍ତଙ୍କ ଆସ୍ଥା ଭାଜନ ହେବା ପାଇଁ ମତବ୍ୟକ୍ତ କରିଥିଲେ।

ଆଜିର ସମସ୍ତ କାର୍ୟ୍ୟନକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ, କୁନା ମହାର, ଅଜିତ ବାଘ, ସୁବ୍ରତ ପ୍ରଧାନ, ଆନନ୍ଦ ପ୍ରଧାନ, ପଞ୍ଚୁ କହଁର, ଦେବରଞ୍ଜନ କହ୍ନର, ତାପସ ପଟ୍ଟନାୟକ. ଶ୍ୟାମ ସୁନ୍ଦର ପୁରୋହିତ, ସୁବାଶ ଦେହୁରୀ, ସଂଜୟ ନାୟକଙ୍କ ସମେତ ବହୁ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories