ପଞ୍ଚମ ବୃହତ୍‍ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେବାକୁ ଯାଉଛି ପାକିସ୍ତାନ

0

ୱାଶିଂଟନ: ନିିକଟ ଭବିଷ୍ୟତରେ ପାକିସ୍ତାନ ବିଶ୍ୱର ପଞ୍ଚମ ବୃହତ୍‍ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ହେବାକୁ ଯାୁଉଛି ବୋଲି ଆମେରିକାର ପ୍ରତିରକ୍ଷା ଗୁପ୍ତଚର ସଂସ୍ଥା କହିଛି। ପାକିସ୍ତାନ ପାଖରେ ଏବେ ୧୪୦ ରୁ ୧୫୦ଟି ଆଣବିକ ଅସ୍ତ୍ର ଥିବା ବେଳେ ୨୦୨୫ ସୁଦ୍ଧା ସେଥିରେ ଦୁଇଗୁଣ ବୃଦ୍ଧି ପାଇବ ବୋଲି ସଂସ୍ଥା କହିଛି। ୨୦୨୦ ସୁଦ୍ଧା ପାକିସ୍ତାନ ପାଖରେ ମାତ୍ର ୬୦ ରୁ ୮୦ଟି ଆଣବିକ ଅସ୍ତ୍ରଶସ୍ତ୍ର ଥିବ ବୋଲି ଉକ୍ତ ସଂସ୍ଥା ୧୯୯୯ରେ ପୂର୍ବାନୁମାନ କରିଥିଲା। କିନ୍ତୁ ପୂର୍ବାନୁମାନକୁ ଭୁଲ୍‍ ସାବ୍ୟସ୍ତ କରି ପାକିସ୍ତାନ ପାଖରେ ୨୦୨୦ ବେଳକୁ ୧୫୦ଟି ଆଣବିକ ଅସ୍ତ୍ରଶସ୍ତ୍ର ରହିବ ବୋଲି କୁହାଯାଉଛି। ପାକିସ୍ତାନରେ ଆଣବିକ ଅସ୍ତ୍ର ନିର୍ମାଣ କାରଖାନା ସଂଖ୍ୟା ବୃଦ୍ଧି, ଚୀନ୍‍ ଓ ଉତ୍ତରକୋରିଆରୁ ଆଣବିକ ଯୁଦ୍ଧାସ୍ତ୍ର କ୍ରୟ ଆଦିକୁ ଦେଖିଲେ ସମସ୍ତ ପୂର୍ବାନୁମାନ ଭୁଲ୍‍ ସାବ୍ୟସ୍ତ ହୋଇଛି। ଦକ୍ଷିଣ ଏସିଆରେ ଆମେରିକାର ଶକ୍ତିିକୁ ପ୍ରତିହତ କରିବା ଲାଗି ଚୀନ୍‍ ପାକିସ୍ତାନକୁ ମୋହରା କରିବାକୁ ଚାହୁଁଛି। ତେଣୁ ପାକିସ୍ତାନକୁ ବୃହତ୍‍ ଆଣବିକ ଯୁଦ୍ଧାସ୍ତ୍ର ଶକ୍ତିସମ୍ପନ୍ନ ରାଷ୍ଟ୍ର ରୂପେ ଗଢ଼ି ତୋଳିବାକୁ ଚୀନ୍‍ ଯଥାସାଧ୍ୟ ଉଦ୍ୟମ କରୁଛି। ଏହି ଧାରା ଜାରି ରହିଲେ ଆଗାମୀ ଦଶନ୍ଧି ମଧ୍ୟରେ ପାକିସ୍ତାନ ବିଶ୍ୱର ତୃତୀୟ ସର୍ବବୃହତ୍‍ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ହେବାର ମାନ୍ୟତା ଲାଭ କରିପାରେ ବୋଲି ଅନୁମାନ କରାଯାଉଛି।

kalyan agarbati
Leave A Reply