ନିର୍ବାଚନରେ ମିଛ ଖବର ଉପରେ ସତର୍କ ଦୃଷ୍ଟି ରଖିବେ ସୋସିଆଲ୍‍ ମିଡିଆ

0

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ସୋସିଆଲ୍‍ ମିଡିଆରେ ମିଛ, ବିଭ୍ରାନ୍ତିମୂଳକ, ଆପତ୍ତିଜନକ ଓ ଉତ୍ତେଜନା ସୃଷ୍ଟିକାରୀ ଖବର ପ୍ରସାରଣ ଉପରେ ସତର୍କ ଦୃଷ୍ଟି ରଖାଯିବ ବୋଲି ଗୁଗୁଲ୍‍, ଫେସ୍‍ବୁକ୍‍ ଓ ଟ୍ୱିଟର କର୍ତ୍ତୃପକ୍ଷ କହିଛନ୍ତି। କୌଣସି ରାଜନୈତିକ ଦଳକୁ ପ୍ରୋତ୍ସାହନ କିମ୍ବା ସେମାନଙ୍କର ଦଳୀୟ ପତାକା ଓ ଚିହ୍ନ ସମ୍ବଳିତ ଖବରର ପୋଷ୍ଟିଂ ଉପରେ କଟକଣା ଲାଗୁ କରାଯିବ ବୋଲି ଏହି ତିନି ମିଡିଆ ଭାରତର ମୁଖ୍ୟ ନିର୍ବାଚନ କମିଶନ୍‍ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି କ୍ଷେତ୍ରରେ ନିର୍ବାଚନ କମିଶନ୍‍ଙ୍କ ସହିତ ମିଶି ସେମାନେ କାର୍ଯ୍ୟ କରିବେ। ନିର୍ବାଚନରେ ୪୮ ଘଣ୍ଟା ପୂର୍ବରୁ ସାଇଲେନ୍ସ ପରିଅଡ୍‍ ପାଳନ କରାଯିବ, ଯେଉଁଥିରେ କୌଣସି ରାଜନୈତିକ ଖବର ପ୍ରସାରଣ କରାଯିବ ନାହିଁ ବୋଲି ସୂଚନା ମଳିଛି।

Leave A Reply