ଜୀବନକୁ ଟଙ୍କାରେ ମୂଲ୍ୟାୟନ କରାଯାଇପାରିବ ନାହିଁ: ସୁପ୍ରିକୋର୍ଟ

0

ନୂଆଦିଲ୍ଲୀ: ଜୀବନ ଅମୂଲ୍ୟ। ଟଙ୍କା ସହିତ ତୁଳନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବଳାତ୍କାର ଓ ଏସିଡ୍‍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ କ୍ଷତିପୂରଣ ରାଶି ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଜାତୀୟ ଆଇନ୍‍ ସେବା ପ୍ରାଧିକରଣ ଦ୍ୱାରା ବଳାତ୍କାର ପୀଡ଼ିତା ଓ ଏସିଡ୍‍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ସର୍ବନିମ୍ନ ସହାୟତା ରାଶି ୪ ଲକ୍ଷ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏହାର ପ୍ରତିବାଦ କରି ଜନୈକା ଓକିଲ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ପୀଡ଼ିତାଙ୍କ ପାଇଁ କ୍ଷତିଭରଣା ରାଶି ଭିନ୍ନ ଭିନ୍ନ ନ ହୋଇ ସମାନ ରଖିବା ପାଇଁ ଆବେଦନରେ ଦର୍ଶାଯାଇଛି। ଆବେଦନର ବିଚାର କରି ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏସ୍‍ ଅବଦୁଲ୍‍ ନଜିର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଉପରୋକ୍ତ ମନ୍ତବ୍ୟ ଦେଇଥିବା ବେଳେ ଖୁବ୍‍ଶୀଘ୍ର ଏ ସମ୍ପର୍କରେ ଆସନ୍ତା ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବା ପାଇଁ ଅତିରିକ୍ତ ସଲିସିଟର ଜେନେରାଲ ପିଙ୍କି ଆନନ୍ଦଙ୍କୁ ନିର୍ଦେଶ ଦେଇଛନ୍ତି।

kalyan agarbati
Leave A Reply