www.samajalive.in
Monday, December 15, 2025
17.1 C
Bhubaneswar

କବି ଡ.ମନୋରମା ମହାପାତ୍ରଙ୍କ ବିୟୋଗରେ ଶୋକସଭା

ବଡ଼ମ୍ବା: ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍‍, ସମାଜସେବୀ ତଥା ଦୈନିକ ଖବରକାଗଜ ସମାଜ’ର ପୂର୍ବତନ ସମ୍ପାଦିକା କବି ଡ.ମନୋରମା ମହାପାତ୍ରଙ୍କ ବିୟୋଗରେ ବଡ଼ମ୍ବାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଶିବଶକ୍ତି ଅନୁଷ୍ଠାନ ଆନୁକୂଲ୍ୟରେ ସ୍ଥାନୀୟ ହାଟବଜାର ନିକଟସ୍ଥ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଶନିବାର ଅନୁଷ୍ଠିତ ଏହି ଶୋକସଭାରେ ବଡ଼ମ୍ବାର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇ ଦିବଂଗତ ସାରସ୍ୱତ ସାଧିକା ସ୍ୱର୍ଗତା ମହାପାତ୍ରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାମ୍ପନ କରିଥିଲେ। ଅନୁଷ୍ଠାନର ଆବାହକ ଶିବନାରାୟଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଶୋକ ସଭାରେ ସ୍ଥାନୀୟ ପ୍ରାଣଯୋଗ ପ୍ରତିଷ୍ଠାନର ଅଧ୍ୟକ୍ଷ ଶିକ୍ଷାବିତ୍‍ ଚନ୍ଦ୍ରଶେଖର ମହାନ୍ତି, ବରିଷ୍ଠ ରାଜନୀତିଜ୍ଞ ବୁଦ୍ଧିନାଥ ମହାନ୍ତି, ଅଧ୍ୟାପକ ଖଗେଶ୍ୱର ମହାପାତ୍ର, ସେବାନିବୃତ ଶିକ୍ଷକ ଭରତନାରାୟଣ ସାହୁ, ବୈକୁଣ୍ଠ ସାହିତ୍ୟ ସଂସଦର ସଂଯୋଜକ ଗିରିଜା ପ୍ରସାଦ ମିଶ୍ର, ମହିମା କବି ଭକ୍ତଚରଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତା ମହାପାତ୍ରଙ୍କ ଅଧ୍ୟାପନା, ସାହିତ୍ୟ ଓ ସଂସ୍କୃତି ଉପାସନା, ସାମ୍ବାଦିକତା ତଥା ସମାଜସେବା କ୍ଷେତ୍ରରେ ଦଶନ୍ଧି ଦଶନ୍ଧି ଧରି ଛାଡ଼ି ଯାଇଥିବା ସ୍ମୃତିବହୁଳ ସନ୍ତକର ସ୍ମୃତିଚାରଣ କରିଥିଲେ। ଓଡ଼ିଆ ଜନମାନସରେ ଡ.ମନୋରମା ଚିରସ୍ମରଣୀୟ ହୋଇ ରହିବେ ବୋଲି ଏହି ଅବସରରେ ବକ୍ତାମାନେ ମତପୋଷଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories