www.samajalive.in
Sunday, December 14, 2025
19.1 C
Bhubaneswar

‘ଆଇନସେବା ଭବନ’ ଲୋକାର୍ପଣ କଲେ ପ୍ରଧାନ ବିଚାରପତି ଏନ.ଭି. ରମଣା

କଟକ : ଦେଶର ପ୍ରତି ଗାଁର କୋଣ ଅନୁକୋଣରେ ଆଇନସେବା ପହଞ୍ଚାଇବାରେ ଆଇନସେବା ପ୍ରାଧିକରଣଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଇନ ସେବା ବିଷୟରେ ଲୋକଙ୍କୁ ସଚେତନ କରାଇ ଆଇନଗତ ସୁବିଧା ଯୋଗାଇ ଦିଆଯାଇ ପାରିଲେ ଆଇନସେବା ପ୍ରାଧିକରଣର ଲକ୍ଷ୍ୟ ସଫଳ ହେବ ବୋଲି ସୁପ୍ରମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‍ ଏନ୍‍.ଭି. ରମଣା କହିଛନ୍ତି। ଆଜି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ନୂତନ କୋଠା ଆଇନସେବା ଭବନକୁ ଉଦ୍‍ଘାଟନ କରି ଜଷ୍ଟିସ୍‍ ରମଣା କହିଛନ୍ତି, ଓଡ଼ିଶା ଆଇନସେବା ପ୍ରାଧିକରଣ ଏ ଦିଗରେ ବେଶ୍‍ ସଫଳତା ହାସଲ କରିପାରିଛି। ଓଡ଼ିଶାର ବହୁ ବରପୁତ୍ର ଦେଶର ଆଇନ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି । ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଲୋକେ ଗ୍ରାମାଞ୍ଚଳରେ ରହୁଛନ୍ତି। ଏଣୁ ଆଇନସେବା ପ୍ରାଧିକରଣ ସମସ୍ତ ଗ୍ରାମାଞ୍ଚଳର ଲୋକଙ୍କୁ ଆଇନ ପରାମର୍ଶ ଓ ତାଙ୍କ ଆଇନଗତ ସମସ୍ୟା ଦୂର ପାଇଁ ସାହାଯ୍ୟ ଓ ସହଯୋଗ କରିବାକୁ ଜଷ୍ଟିସ୍‍ ରମଣା ପରାମର୍ଶ ଦେଇଛନ୍ତି।


କଟକ ମର୍କତ ନଗରଠାରେ ନିର୍ମିତ ରାଜ୍ୟ ଆଇନସେବା ପ୍ରାଧିକରଣର ନୂତନ କୋଠା ‘ଆଇନ ସେବା ଭବନ’  ଉଦ୍‍ଘାଟନ କରିବା ପରେ ଜୁଡ଼ିସିଆଲ୍‍ ଏକାଡେମୀ ସମ୍ମିଳନୀ କକ୍ଷରେ ଏ ସଂକ୍ରାନ୍ତ ଉଦ୍‍ଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ୍‍ ଡକ୍ଟର ଏସ୍‍. ମୁରଲୀଧର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଜଷ୍ଟିସ୍‍ ମୁରଲୀଧର କହିଥିଲେ, ରାଜ୍ୟରେ ଅନୁଗୁଳ ଓ ନୟାଗଡ଼ରେ ଖୁବ୍‍ ଶୀଘ୍ର ଦୁଇଟି ମଡେଲ୍‍ ଭର୍ଚୁଆଲ୍‍ କୋର୍ଟ ସ୍ଥାପନ କରାଯିବ। ଏହାଦ୍ୱାରା ଅନ୍‍ଲାଇନ୍‍ ମାଧ୍ୟମରେ ସାକ୍ଷୀ ଗ୍ରହଣ କରାଯାଇପାରିବ। ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍‍ ଉଦୟ ଉମେଶ ଲଲିତ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ଚାଲିଥିବା ଆଇନସେବା ପ୍ରାଧିକରଣ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଓଡ଼ିଶା ଆଇନସେବା କ୍ଷେତ୍ରରେ ଦେଶରେ ଉଦାହରଣ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଥିଲେ।
ସେହିପରି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍‍ ବିନୀତ୍‍ ଶରଣ କହିଥିଲେ, ଓଡ଼ିଶା ସଂସ୍କୃତି ଓ ପରମ୍ପରାର ରାଜ୍ୟ। ତାଙ୍କ ସମୟରେ ଏହି ଆଇନସେବା ଭବନ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଆଜି ଏହି ଭବନ ଉଦ୍‍ଘାଟନରେ ସେ ଆସିଛନ୍ତି। ଆଗାମୀ ଦିନରେ ଏହି ଆଇନସେବା ଭବନ ଲୋକଙ୍କ ପାଖରେ ଆଇନସେବା ପହଞ୍ଚାଇବାରେ ବେଶ୍‍ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତିବୃନ୍ଦ, ଆଡଭୋକେଟ୍‍ ଜେନେରାଲ୍‍ ଅଶୋକ କୁମାର ପରିଜା,ପୁଲିସ୍‍ ମହାନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories