www.samajalive.in
Sunday, December 14, 2025
26.1 C
Bhubaneswar

ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଗଂଜାମ ପ୍ରେସ କ୍ଳବ ପକ୍ଷରୁ ଶୋକସଭା

ଗଞ୍ଜାମ : ମହାନଦୀର ମୁଣ୍ଡୁଳି ନିକଟସ୍ଥ ବ୍ୟାରେଜ ନିକଟରେ ବନ୍ୟା ଜଳରେ ଜଙ୍ଗଲୀ ଦନ୍ତା ହାତୀଟିକୁ ଉଦ୍ଧାର କରିବା ସମୟରେ ଲାଇଫ ଭିଜୁଆଲ ନେବାକୁ ଯାଇଥିବା ବେଳେ ବୋଟ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ଉଦ୍ଦେଶ୍ୟ ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଶନିବାର ଗଞ୍ଜାମ ସହର ସ୍ଥିତ ଏସ. ଏମ ଟିୟୁଟରିୟାଲ୍ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, ନିରଞ୍ଜନ ପରିଡ଼ା, ବଟକୃଷ୍ଣ ରାଉଳ, ରାକେଶ ରଞ୍ଜନ ଦାଶ, କେ.ରଜନୀକାନ୍ତ ରେଡି, ମନୋଜ ପ୍ରଧାନ, ସହଦେବ ଗୌଡ ପ୍ରମୁଖ ପ୍ରେସ କ୍ଲବ କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦେଇ ସ୍ୱର୍ଗତ ସାମ୍ବାଦିକଙ୍କ ସୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତକ ପରିବାରକୁ ଜଗତର ନାଥ ଜଗନ୍ନାଥ ସତ୍ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ସେ ଜଣେ ସତ୍ ସାହାସୀ,ନିର୍ଭୀକ,କର୍ତ୍ତବ୍ୟ ନିଷ୍ଟ ସାମ୍ବାଦିକ ଓ ତାଙ୍କ ବିୟୋଗରେ ଓଡ଼ିଶା ସାମ୍ବାଦିକ କ୍ଷେତ୍ରରେ ଜଣେ ଉତ୍ତମ ସାମ୍ବାଦିକ ଙ୍କ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତପ୍ରକାଶ ପାଇଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories