bjd gruha runa

ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ

BJD Bijuli 480×75 Mob

ହରଭଙ୍ଗା :  ହରଭଙ୍ଗା ବ୍ଲକ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ସିଡିପିଓ ନିରୁପମା ପାଣିଙ୍କ ସଭାପତିତ୍ୱରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଯୋଗଦାନ କରି ବଲ୍ୟବିବାହକୁ ରୋକିବାପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଆର୍ଶୀବାଦ ଯୋଜନାରେ କାର୍ଡ ବଣ୍ଟନ କରିଥିଲେ। ଅନ୍ୟତମ ଅତିଥିଭାବେ ସ୍ଥାନୀୟ ବିଡିଓ ସୁବାଷ ଯାନୀ ଯୋଗଦାନ କରି ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଧିକାରୀ ତତ୍ପରତା ହେବା ଆବଶ୍ୟକ ବୋଲି ମତ ରଖିଥିଲେ। ଏହି ଅବସରରେ ଶିଶୁ ସୁରକ୍ଷା କମିଟିର କିଶୋର/କିଶୋରୀ ଦକ୍ଷତା ବୃଦ୍ଧି,ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସ, ଶିଶୁ ଶ୍ରମିକ ନିଷେଧ ଟାସ୍କଫୋର୍ସର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଦସ୍ୟା/ସଦସ୍ୟ ମାନଙ୍କ ସହ ଶ୍ରମ ନିରିକ୍ଷକ କନ୍ୟାକୁମାରୀ ସାହୁ,ସୌଦାମିନୀ ପଣ୍ଡା,ପ୍ରମୁଖ ଯୋଗଦାନ କରିଥିଲେ। ସମରେସନ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.