www.samajalive.in
Monday, December 15, 2025
16.1 C
Bhubaneswar

ମୁକାବିଲା ପାଇଁ ଅଦ୍ଭୂତପୂର୍ବ ଶକ୍ତି ପ୍ରଦାନ କରିବ ରାଫେଲ ବିମାନ : ବାୟୁ ସେନା

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ରାଜିନାମାକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁ ସେନା (ଆଇଏଏଫ) ବୁଧବାର ଏହା ସପକ୍ଷରେ ମତ ଦେଇଛି। ଆଇଏଏଫ ଉପମୁଖ୍ୟ ଏୟାର ମାର୍ସଲ ଏସ୍‍ବି ଦେବ ଏହି ରାଜିନାମକୁ ଅଦ୍ଭୂତପୂର୍ବ ଏବଂ ରାଫେଲ ଏକ ସୁନ୍ଦର ବିମାନ ବୋଲି କହିଛନ୍ତି। ଏହା ଭାରତର ମୁକାବିଲା ଶକ୍ତି ବୃଦ୍ଧି କରିବା ସହ ବାୟୁସେନାକୁ ଅଦ୍ଭୁତ କ୍ଷମତା ପ୍ରଦାନ କରିବ। ସେ ଏହା ସହ ବିବାଦ ଉପରେ ନିଜ ମତ ରଖିଥିଲେ। ରାଫେଲ ରାଜିନାମା ଉପରେ ପ୍ରଶ୍ନ କରୁଥିବା ଲୋକେ ଏହାର ମାନଦଣ୍ଡ ଏବଂ କିଣାବିକା ପ୍ରକ୍ରିୟାକୁ ବୁଝିବା ଉଚିତ୍‍ ବୋଲି ସେ କହିଛନ୍ତି। ପ୍ରକାଶଯୋଗ୍ୟ ଯେ ୫୮ ହଜାର କୋଟି ଟଙ୍କାର ରାଫେଲ ରାଜିନାମାକକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ କରୁଛନ୍ତି।
ଏୟାର ମାର୍ଶଲ ଦେବ କହିଛନ୍ତି ଯେ ଏହା ବହୁ ସୁନ୍ଦର ଏବଂ ଶକ୍ତିଶାଳୀ ବିମାନ ଅଟେ। ଏହାକୁ ଉଡ଼ାଇବା ପାଇଁ ଆମେ ଅପେକ୍ଷା କରି ରହିଛୁ। ଏକ କାର୍ଯ୍ୟକ୍ରମରେ ତାଙ୍କୁ ରାଫେଲ ରାଜିନାମା ଉପରେ ପ୍ରଶ୍ନ କରାଯିବା ପରେ ସେ ଉପରୋକ୍ତ ଉତ୍ତର ରଖିଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୧୬ ସେପ୍ଟେମ୍ବରରେ ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କିଣାକୁ ନେଇ ଚୁକ୍ତି ଚୂଡ଼ାନ୍ତ ହୋଇଥିଲା। ଏହି କ୍ରମରେ ୫୮ ହଜାର କୋଟି ଟଙ୍କାରେ ଭାରତ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ପ୍ରକ୍ରିୟା ଜାରି ରହିଛି। ସେପ୍ଟେମ୍ବର ୨୦୧୯ରୁ ରାଫେଲ ଯୁଦ୍ଧ ବିମାନ ଭାରତକୁ ଆସିବ। ବିରୋଧୀ ଦଳଗୁଡ଼ିକ ଏହି ରାଜିନାମାକୁ ନେଇ ପ୍ରଶ୍ନ କରିବା ସହ ବଡ଼ ଦୁର୍ନୀତିର ଆଖ୍ୟା ଦେଇଛନ୍ତି। ସେପଟେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ଉପରେ ରୋକ୍‍ ଲଗାଇବା ପାଇଁ ଏକ ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଆସନ୍ତା ସପ୍ତାହରେ ଏହା ଉପରେ ଶୁଣାଣି ହେବ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଏଏମ୍‍ ଖାନୱିଲକର, ଜଷ୍ଟିସ୍‍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଆବେଦନ ଉପରେ ତତ୍କାଳ ଶୁଣାଣି ପାଇଁ ଏହାକୁ ସୂଚୀବଦ୍ଧ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories