www.samajalive.in
Monday, December 15, 2025
14.1 C
Bhubaneswar

ଗୁରୁଦିବସ : ୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ :  ଆଜି ପବିତ୍ର ଗୁରୁଦିବସ । ବିଶିଷ୍ଟ ଶିକ୍ଷାବିତ୍‍, ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସରେ ସାରା ଦେଶରେ ଗୁରୁଦିବସ ପାଳନ କରାଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଏହି ଅବସରରେ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି, ଭାରତୀୟ ସଂସ୍କୃତି ହେଉଛି ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଧାରିତ। ଗୁରୁଦିବସ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।
ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡ଼ୁ ଆଜି ଗୁରୁଦିବସ ଅବସରରେ ଦେଶର ୪୫ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରାଥମିକ, ନିମ୍ନ ମାଧ୍ୟମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ବିଜ୍ଞ ଶିକ୍ଷକମାନଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୧୯୫୮ ମସିହାର ଆରମ୍ଭ ହୋଇଥିବା ଏହି ପୁରସ୍କାର ବାବଦରେ ଗୋଟିଏ ରୌପ୍ୟ ପଦକ, ପ୍ରମାଣପତ୍ର ଓ ୫୦ ହଜାର ଟଙ୍କା ଦିଆଯାଇଥାଏ।
ଚଳିତ ବର୍ଷ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୭ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଚୟନ ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି। ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ଗୁରୁଦିବସ ଉପଲକ୍ଷେ ତାଙ୍କ ବାର୍ତ୍ତାରେ କହିଛନ୍ତି, ଶିକ୍ଷକମାନେ ହେଉଛନ୍ତି ଦେଶ ଗଠନକାରୀ, ଯେଉଁମାନେ କି ଶିଶୁର ଚରିତ୍ର ଓ ଦକ୍ଷତା ତିଆରି କରିଥା’ନ୍ତି।

- Advertisement -

୨୦୧୭ ଜାତୀୟ ଶିକ୍ଷକ ପୁରସ୍କାର ବିଜେତାମାନଙ୍କ ସହ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ କଥାବାର୍ତ୍ତା କଲାବେଳେ ବିଦ୍ୟାର୍ଥୀ ବିଶେଷ କରି ଗରିବ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଶକ୍ତିକୁ ପରିସ୍ଫୁଟନ କରିବା ପାଇଁ ଉଦ୍ୟମ କରିବା ସକାଶେ ଶ୍ରୀ ମୋଦି ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୁରୁ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂପର୍କ କ୍ଷେତ୍ରରେ ଦେଖା ଦେଉଥିବା ବାଧାବିଘ୍ନକୁ ଦୂର କରିବା ପାଇଁ ଶିକ୍ଷାବିତ୍‍ମାନେ କାମ କରିବା ଉଚିତ୍‍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି। ବିଦ୍ୟାଳୟ ଓ ଆଖପାଖର ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ୍‍ ପଦ୍ଧତି ଅବଲମ୍ବନ କରିବା ପାଇଁ ଶ୍ରୀ ମୋଦି ସେମାନଙ୍କୁ ଉତ୍ସାହିତ କରିଛନ୍ତି। ଦେଶରେ ଶିକ୍ଷାରମାନରେ ଉନ୍ନତି ଆଣିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା ଏହି ବିଜେତା ଶିକ୍ଷକମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ଶିକ୍ଷାର ଦ୍ରୁତ ବିକାଶ କ୍ଷେତ୍ରରେ ସେମାନଙ୍କର ନିଷ୍ଠା ଓ ଅବଦାନକୁ ପ୍ରଧାନମନ୍ତ୍ରୀ ଭୁୟସୀ ପ୍ରଶଂସା କରିଛନ୍ତି। ଏଇ କଥାବାର୍ତ୍ତା ବେଳେ ବିଜେତା ଶିକ୍ଷକମାନେ ସେମାନଙ୍କର ବିଦ୍ୟାଳୟଗୁଡ଼ିକୁ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବେ ପରିବର୍ତ୍ତନ କରିବା ପାଇଁ ସେମାନଙ୍କୁ ମିଳିଥିବା ପ୍ରେରଣାଦାୟୀ କାହାଣୀଗୁଡ଼ିକ ବିଷୟରେ ବର୍ଣ୍ଣନା କରିଥିଲେ। ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories