www.samajalive.in
Monday, December 15, 2025
15.1 C
Bhubaneswar

ବୌଦ୍ଧ ଜିଲା ହକି ସଂଘର ପ୍ରଥମ ବୈଠକ

ବୌଦ୍ଧ: ଅଲମ୍ପିକ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଓ ମହିଳା ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ସାରା ଦେଶର ଦୃଷ୍ଟି ଏବେ ଓଡ଼ିଶା ଉପରେ କେନ୍ଦ୍ରିଭୁତ ହୋଇଛି। ଦେଶର ଜାତୀୟ ଖେଳ ଭାବରେ ମାନ୍ୟତା ପାଇଥିଲେ ମଧ୍ୟ ହକି ଖେଳକୁ ଦେଶରେ ଗୁରୁତ୍ୱ ଦିଆଯାଉନଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଓଡ଼ିଶା ସରକାର ଭାରତୀୟ ହକି ଦଳର ମୁଖ୍ୟ ପୃଷ୍ଠପୋଷକ ହୋଇଥିଲା। ତେଣୁ ଅଲମ୍ପିକର ସଫଳତା ନେଇ ରାଜ୍ୟ ସରକାର ଏହି ଜାତୀୟ ଖେଳର ବିକାଶ ପାଇଁ ଅଧିକ ଉତ୍ସାହିତ ହେବା ସହିତ ପ୍ରତି ଜିଲାସ୍ତରରେ ହକିର ଭିତିଭୂମି ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ତେଣୁ ଜିଲାସ୍ତରରେ ହକି ସଂଘ ଗଠନ କରାଯାଇ ଖେଳାଳୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ବୌଦ୍ଧରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉଦ୍ୟମକ୍ରମେ ହକି ସଂଘ ଗଠନ କରାଯାଇ ଏହାର ପ୍ରଥମ ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବୈଠକରେ ୧୦ ଜଣିଆଁ କାର୍ଯ୍ୟକାରୀ ସଦସ୍ୟଙ୍କୁ ନେଇ ଜିଲା ହକି ସଂଘ ଗଠନ କରାଯାଇଥିବା ବେଳେ ଏହାର ସାଧାରଣ ପରିଷଦ ବୈଠକ ଡକାଯାଇ ଆଗ୍ରହୀ ନୂତନ ସାଧାରଣ ସଦସ୍ୟ ଗ୍ରହଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଗଠିତ କାର୍ଯ୍ୟକାରୀ କମିଟିର ସଭାପତି ଜିଲାପାଳ ରହିଥିବାବେଳେ ସାଧାରଣ ସମ୍ପାଦକ ଉପଜିଲାପାଳ, କୋଷାଧ୍ୟକ୍ଷ ଜିଲା କ୍ରିଡା ଅଧିକାରୀ ଓ ସଦସ୍ୟ ଭାବରେ ବରିଷ୍ଠ ନାଗରିକ ଅଖିଳଚାନ୍ଦ ମହାପାତ୍ର, କ୍ରିଡା ଶିକ୍ଷକ ରଞ୍ଜିତ କୁମାର ରାଉତ, ଗରିବ ବେହେରା, ସୁନୀତା ଦାଶ, ବନ୍ଦିତା ବିଶ୍ୱାଳ, ରୋଜାଲିନ ରାଜହଂସ ଓ ପ୍ରସନ୍ନ ପ୍ରଧାନଙ୍କୁ ମନୋନୀତ କରାଯାଇଛି। ବୈଠକରେ ଜିଲାରେ ହକି ଖେଳର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ନେଇ ଆଲୋଚନା କରାଯିବା ସହିତ ଜିଲାର କ୍ରିଡା ପ୍ରତିଭାମାନେ ଯେପରି ରାଜ୍ୟସ୍ତରରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ସଂଗଠନର ଲକ୍ଷ ହେବା ଉଚିତ ବୋଲି ଜିଲାପାଳ ଶ୍ରୀମିଶ୍ର ପରାମର୍ଶ ଦେଇଥିଲେ। ବୈଠକରେ ଉପଜିଲାପାଳ ଅଶ୍ୱନୀ କୁମାର ମେହେର, ଜିଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories