www.samajalive.in
Friday, December 12, 2025
14.1 C
Bhubaneswar

କରଡି ଲୋଭରେ ସେରେଗେଡା ଜଙ୍ଗଲରେ ବସା ମାରିଛନ୍ତି ୮ଟି ବଣୁଆ ହାତୀ

ଗୁଣପୁର: ସ୍ଥାନୀୟ ଗୁଣପୁର ବନାଞ୍ଚଳ ଅନ୍ତର୍ଗତ ଭିଁପୁର ଜଙ୍ଗଲର ସେରେଗେଡା ଗାଁ ନିକଟରେ ବସା ମାରିଛନ୍ତି ୮ଟି ଜଙ୍ଗଲି ହାତୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୁଇଟି ଛୁଆ ହାତୀ, ୫ଟି ମାଇ ହାତୀ ଓ ଗୋଟିଏ ଦନ୍ତାହାତୀ। ପ୍ରାୟ ସପ୍ତାହେରୁ ଉର୍ଦ୍ଧହେଲା ଉକ୍ତ ଜଙ୍ଗଲରେ କରଡି ଖାଇ ମଜା ଉଠାଉଛି ଦନ୍ତାର ସପରିବାର। ସବୁଦିନେ ପେଟପୁରା ଖାଇବାକୁ ମିଳୁଥିବାରୁ ନିକଟସ୍ଥ ଗାଁକୁ କିମ୍ବା ଧାନଜମି ପଟେ ମଧ୍ୟ ମୁହାଁଉ ନାହାନ୍ତି ଏହି ବଣୁଆ ହାତୀମାନେ। ସେହି ପାଖଦେଇ ସ୍ଥାନୀୟ ଲୋକେ ଜଙ୍ଗଲକୁ ଗଲେମଧ୍ୟ ଏହି ହାତୀମାନେ ପ୍ରତିକ୍ରିୟାଶିଳ ହେଉ ନଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ତେବେ ସେହି ଜଙ୍ଗଲରୁ କରଡି ସରିବା ପରେ କାଳେ ଖାଦ୍ୟ ଅନ୍ୱେସଣରେ ହାତୀମାନେ ଗାଁ ପଟକୁ ମୁହାଁଇବେକି ବୋଲି ଆସଙ୍କା କରି ସେରେଗେଡା ଲୋକେ ଭୟବିତ ହେଉଥିବା କହିଛନ୍ତି।

ଏବେ ହାତୀମାନେ କାହାର କିଛି ଅନିଷ୍ଠ କରୁନଥିଲେ ମଧ୍ୟ ସେମାନେ ପରଷ୍ପର ମଧ୍ୟରେ ଖେଳିବା ବେଳେ ଗର୍ଜନ କରୁଥିବାର ଶୁଣାଯାଉ ଥିବାରୁ ସେଥିରେ ମଧ୍ୟ ଲୋକେ ଭୟବିତ ହୋଇ ପଡୁଛନ୍ତି। ଗଜପତି ଜିଲ୍ଲାର ଲଖାରୀ ଜଙ୍ଗଲରୁ ଗୁଡାରୀ ବନଖଣ୍ଡ ଅଞ୍ଚଳ ମଧ୍ୟକୁ ପ୍ରବେଶ କରି କେନ୍ଦୁଗୁଡା ଅଞ୍ଚଳ ଦେଇ ଭିଁମପୁର ପଟକୁ ପ୍ରତେକ ବର୍ଷ ହାତୀମାନେ ଆସିଥାନ୍ତି। ହେଲେ ଗତ ୨୦୦୭ ମସିହାରେ ଲଖାରୀରୁ ୧୪ଟି ହାତୀ ଭିଁମପୁର ଜଙ୍ଗକୁ ଆସି କେତେକ ଲଖାରୀକୁ ଫେରିଥିବା ବେଳେ ଆଉ କେତେକ ବାଟବଣା ହୋଇ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ହୋଇଥିଲେ। ଏହି ହାତୀକୁ ଘୌଡାଇବା ପାଇଁ ବନ ବିଭାଗ ମାସାଧିକ କାଳ ନାକେଦମ ହୋଇଥିଲା। ବହୁ ଧନ ଜୀବନ ନଷ୍ଟ ହୋଇଥିଲା। କେତେକ ହାତୀମଧ୍ୟ ମରିଥିଲେ। ସେବେଠାରୁ ପ୍ରାୟ ୭ ରୁ ୮ଟି ହାତୀ ଆଉ ଲଖାରୀକୁ ନଯାଇ ବଡନାଳ ସଂରକ୍ଷିତ ଜଙ୍ଗଲରେ ରହି ଆସୁଛନ୍ତି। ଏଣୁ ଏବେ ନୂଆକରି ଲଖାରିରୁ ଏହି ହାତୀମାନେ ଆସିଛନ୍ତି ନା ପୁର୍ବରୁ ଆସି ରହି ଯାଇଥିବା ହାତୀ ତାହା ବନ ବିଭାଗ ଏଯାଏଁ ଷ୍ପଷ୍ଟ ହୋଇପାରୁ ନାହିଁ। ତଥାପି ଏହି ଜଙ୍ଗଲି ହାତୀମାନେ ଜଙ୍ଗଲର କରଡି ସରିବା ପରେ ଖାଦ୍ୟ ଅନ୍ୱେଶଣରେ ଗାଁ ମୁହାଁହେବେ ବୋଲି ଆସଙ୍କା କରି ସେମାନଙ୍କ ଗତିବିଧି ଉପରେ କଡା ନଜର ରଖା ଯାଇଥିବା ବନାଞ୍ଚଳ ଅଧିକାରୀ ରଂଜନ କୁମାର ମହାନ୍ତି କହିଛନ୍ତି।

Hot this week

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

Related Articles

Popular Categories