www.samajalive.in
Monday, December 15, 2025
15.1 C
Bhubaneswar

ଚନ୍ଦ୍ରଶେଖରଙ୍କ ପରେ ପ୍ରଦୀପଙ୍କୁ ନେଇ ଚର୍ଚ୍ଚା, ରାଜ୍ୟ ରାଜନୀତିରେ କେନ୍ଦ୍ରବିଦୁ ପାଲଟିଛି ନବରଙ୍ଗପୁର

ନବରଙ୍ଗପୁର: ଓଡିଶା ରାଜନୀତିରେ କେନ୍ଦ୍ରବିନ୍ଦୁ ପାଲଟିଛି ନବରଙ୍ଗପୁର। ଅଭିବକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ରାଜନୀତିରେ ବଡ ଧରଣର ଅଦଳ ବଦଳ ହେବାକୁ ଥିବା ଶୁଣିବାକୁ ମିଳୁଥିବା ବେଳେ ମଙ୍ଗଳବାର କୋଟପାଡ଼ର ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକ ପ୍ରାର୍ଥୀ ତଥା ପ୍ରଦୀପ ମାଝୀଙ୍କ ଅନ୍ତରଙ୍ଗ ନେତା କଂଗ୍ରେସ ଛାଡିବା ପରେ ଅନ୍ୟ ନେତା ଏବଂ ପ୍ରଦୀପ ମାଝୀ କଂଗ୍ରେସ ଛାଡିବା ଆଲୋଚନାର ବିଷୟବସ୍ତୁ ପାଲଟିଛି।

ଏପଟେ କଂଗ୍ରେସ ଛାଡିବା ନେଇ ପ୍ରଦୀପ ଏ ପର୍ଯ୍ୟନ୍ତ ଗଣମାଧ୍ୟମ ଆଗରେ କୌଣସି ବୟାନ ଦେଇନଥିବା ଏବଂ ବିଜେଡିରେ ମିଶିବା କଥା ଫୋନ ଯୋଗେ ପଚାରିଲେ ସେ ବିଷୟରେ କିଛି ନ କହି ସାକ୍ଷାତ ହେଲେ କହିବି କହୁଥିବା ବେଳେ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ରାଜ୍ୟ କଂଗ୍ରେସ ଜୋରସୋର ଉଦ୍ୟମ ଚଳାଇ ଥିବାବେଳେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଏବଂ ପୂର୍ବତନ କୋଡୀଙ୍ଗା ବିଧାୟକ ସଦନ ନାୟକଙ୍କୁ ରାଜ୍ୟ କଂଗ୍ରେସ ଉପସଭାପତି ପଦ ଦାୟିତ୍ୱ ଦିଆଯାଇଛି। ଏଥିରୁ ପୁରା ସ୍ପଷ୍ଟ ବାରି ହେଉଛି ପ୍ରଦୀପ କଂଗ୍ରେସ ଦଳ ଛାଡିବାର ଏକ ପ୍ରକାର ସ୍ପଷ୍ଟ ସୂଚନା କଂଗ୍ରେସ ହାତରେ ଲାଗିଛି। ପ୍ରଦୀପ କଂଗ୍ରେସ ଛାଡିବାକୁ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ମୁହଁ ଖୋଲିଛନ୍ତି ଏବଂ ପ୍ରଦୀପ ଦଳ ଛାଡିବା ସ୍ପଷ୍ଟ ହୋଇଯାଇଥିବା କଥା ସ୍ୱୀକାର କରିଛନ୍ତି। ପ୍ରଦୀପ ତାଙ୍କ ମର୍ଯ୍ୟାଦା ରଖିବା ପାଇଁ ଦଳର କର୍ମୀମାନଙ୍କୁ ମନେଇବାରେ ଲାଗି ପଡିଛନ୍ତି ଏବଂ ସେମାନଂକୁ ମନେଇ ଅଧିକ ସଂଖ୍ୟାରେ କର୍ମୀଙ୍କୁ ନେଇ ବିଜେଡି ଦଳରେ ସାମିଲ ହେବାପାଇଁ ଲାଗି ପଡିଛନ୍ତି ବୋଲି ସେ କହିଛନ୍ତି। ତେଣୁ କଂଗ୍ରେସ ଦଳର ପଦ ପଦବୀରେ ଥାଇ ଅନ୍ୟ ଦଳରେ ସାମିଲ ହୋଇ ନିଜର କ୍ଷମତା ଜାହିର କରୁଥିବା ପ୍ରୟାସକୁ କଂଗ୍ରେସ କଦାପି ସୁଯୋଗ ଦେବ ନାହିଁ। ଯେଉଁମାନେ ପଦପଦବୀରେ ରହି ଅନ୍ୟ ଦଳରେ ମିଶିବା ପୂର୍ବରୁ ସେମାନଂକୁ ପଦପଦବୀରୁ ବହିଷ୍କାର କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ନବରଙ୍ଗପୁର ଜିଲ୍ଲାର ୪ ଗୋଟି ନିର୍ବାଚନ ମଣ୍ଡଳୀରେ ଥିବା ପ୍ରଦୀପଙ୍କ ପାଖ ଲୋକମାନେ ଗାଁ ଗାଁ ବୁଲି କଂଗ୍ରେସ କର୍ମିଙ୍କୁ ଦଳ ଛାଡି ପ୍ରଦୀପଙ୍କ ସହ ଅନ୍ୟ ଦଳରେ ସାମିଲ କରିବା ପାଇଁ ପ୍ରବର୍ତ୍ତlଉଥିବା ଶୁଣିବାକୁ ମିଳୁଛି।

- Advertisement -

ବିଶେଷ ସୂତ୍ରରୁ ଜଣାପଡିଛି ଯେ ଅଭିବକ୍ତ କୋରାପୁଟ ଜିଲ୍ଲାର ୪ ଗୋଟି ଜିଲ୍ଲା କୋରାପୁଟ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ୪ ଜଣ କଂଗ୍ରେସ ସଭାପତିଙ୍କ ଏକ ଗୁପ୍ତ ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ବିପର୍ଯୟ ମୁକାବିଲା କରିବା ପାଇଁ ୪ ସଭାପତି କସରତ ଆରମ୍ବ କରିଦେଇଛନ୍ତି। ପରସ୍ପର ମତଭେଦକୁ ଭୁଲି କଂଗ୍ରେସର ଏହି ବିପର୍ଯୟ ସମୟରେ ଦଳକୁ ବଞ୍ଚାଇବା ପାଇଁ କଂଗ୍ରେସ ନେତାଙ୍କ ମତଭେଦକୁ ଭୁଲି ଏକାଠି ହେବାପାଇଁ ଉଦ୍ୟମ ଚଳାଇଛନ୍ତି। ପ୍ରଦୀପ ମାଝୀଙ୍କ ଦଳବଦଳ କଂଗ୍ରେସ ପାଇଁ କ୍ଷତି ହେବ ବୋଲି ବହୁ ପୂର୍ବରୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ କରିଥିଲେ ମଧ୍ୟ କଂଗ୍ରେସ କିଭଳି ଭବିଷ୍ୟତରେ ଅନ୍ୟ ଦଳକୁ ମୁକାବିଲା କରିବ ସେଥିପାଇଁ ଶ୍ରୀ ତ୍ରିପାଠୀ ଅଭିବକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ନେତାଙ୍କୁ ଗୋଟିଏ ଡୋରିରେ ବାନ୍ଧିବାକୁ ପ୍ରୟାସ କରୁଛନ୍ତି। ଅନ୍ୟପକ୍ଷରେ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଭବିଷ୍ୟତରେ ରାଜ୍ୟ ନେତୃତ୍ୱର ଚାପରେ କେତେଦୂର ପ୍ରଦୀପଙ୍କୁ ଦଳରେ ଗ୍ରହଣ କରିବେ ତାହା ଆଲୋଚନାର ବିଷୟ ହୋଇଛି। tebe ଦୁଇ ଦଳର ଅଦଳ ବଦଳକୁ ନେଇ ବିଜେପି କିଛି ମୁହଁ ଖୋଲୁନଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories