www.samajalive.in
Tuesday, December 9, 2025
16.1 C
Bhubaneswar

କେଜରିୱାଲ ଆମ୍‍ ଆଦମି ପାର୍ଟିର ରାଷ୍ଟ୍ରୀୟ ଆବାହକ ଭାବେ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆମ୍‍ ଆଦମି ପାର୍ଟି (ଆପ୍‍)ର ରାଷ୍ଟ୍ରୀୟ ଆବାହକ ଭାବରେ ରବିବାର ପୁନଃ ନିର୍ବାଚିତ ହୋଇଛନ୍ତି। କେଜରିୱାଲ କ୍ରମାଗତ ତୃତୀୟ ଥର ପାଇଁ ଏହି ପଦବୀକୁ ନିର୍ବାଚିତ ହୋଇଛନ୍ତି। ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେର କେଜରିୱାଲଙ୍କ ନାମକୁ ଏଥିପାଇଁ ଅନୁମୋଦନ କରାଯାଇଥିଲା। ଏହା ପୂର୍ବରୁ ୨୦୧୬ ଏପ୍ରିଲରେ ସେ ଦ୍ୱିତୀୟ ଥର ପାଇଁ ଆମ୍‍ ଆଦମି ପାର୍ଟିର ଆବାହକ ଭାବରେ ର୍ନିବାଚିତ ହୋଇଥିଲେ। ସେ ଏହି ପଦବୀରେ ୩ ବର୍ଷ ପାଇଁ କାର୍ଯ୍ୟ କରିଥିଲେ। ତେବେ ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ କାରଣରୁ କେଜରିୱାଲଙ୍କର ଆବାହକ ଭାବରେ କାର୍ଯ୍ୟକାଳ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କିନ୍ତୁ କୋଭିଡ-୧୯ ମହାମାରୀ କାରଣରୁ ଦଳର ରାଷ୍ଟ୍ରୀୟ ପରିଷଦ ବୈଠକ ୨୦୨୦ରେ ଅନୁଷ୍ଠିତ ହୋଇପାରିଲା ନାହିଁ। ସେଥିପାଇଁ ଚଳିତ ବର୍ଷ ଜାନୁଆରୀର ଦଳର ରାଷ୍ଟ୍ରୀୟ ପରିଷଦ ବୈଠକ ବସି ଦଳୀୟ ସମ୍ବିଧାନ ସଂଶୋଧନ କରାଯାଇଥିଲା। ସେଥିରେ ଦଳର ରାଷ୍ଟ୍ରୀୟ ଆବାହକଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରାଯାଇଥିଲା। 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories