www.samajalive.in
Wednesday, December 10, 2025
23.1 C
Bhubaneswar

କରୋନାରେ ଆକ୍ରାନ୍ତ ବେଗୁନିଆ ତହସିଲଦାର

ବେଗୁନିଆ : ଜନସାଧାରଣଙ୍କ ଠାରୁ କୋଭିଡ ମହାମାରୀକୁ ଦୁରେଇ ରଖିବା ପାଇଁ ସରକାର ପ୍ରଣୟନ କରୁଥିବା ବିଭିନ୍ନ କୌଶଳ ଏବଂ ନୀତିନିୟମ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ଲୋକମାନେ କିପରି କରୋନାଠାରୁ ଦୂରରେ ରହିବେ ଏବଂ ସଚେତନ ରହିବେ ସେଥିପାଇଁ କବିତା ଠାରୁ ଆରମ୍ଭ କରି ଟେଲିଫିଲ୍ମ ମାଧ୍ୟମରେ ବିଭିନ୍ନ କାର୍ୟ୍ୟକ୍ରମ କରି ଲୋକମାନଙ୍କୁ ସଚେତନ କରିଆସୁଥିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ।ସରକାରଙ୍କର ନୀତି ନିୟମକୁ ପାଥେୟ କରି କରୋନା ବିରୋଧରେ ଲଢ଼ି ଲଢ଼ି କରୋନାକୁ ମାତ ଦେଇ ଲୋକମାନଙ୍କୁ ସୁରକ୍ଷା ଦେଉଥିବା ତହସିଲଦାର ଶେଷରେ ଏବେ କରୋନା ଜାଲରେ ଛନ୍ଦି ହୋଇ ପଡିଛନ୍ତି ।ସେ ଏବେ କରୋନାରେ ଆକ୍ରାନ୍ତ ହୋଇ ସରକାରୀ କ୍ୱାଟରରେ ସଙ୍ଗରୋଧରେ ରହିଛନ୍ତି । ସେ ପ୍ରଥମେ ଜ୍ବରରେ ଆକ୍ରାନ୍ତ ହୋଇ ଔଷଧ ଖାଇ ଅଫିସ  କାର୍ଯ୍ୟ କରିଆସୁଥିଲେ । ଏପରିକି ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜ୍ବରରେ ଥାଇ ବେଗୁନିଆ କଲେଜରେ ବିଭିନ୍ନ ପଦବୀ ପାଇଁ ହେଉଥିବା ସାକ୍ଷାତକାର କାର୍ୟ୍ୟକ୍ରମରେ ଉପସ୍ଥିତ ରହିଥିଲେ ।ଗତ ୯ ତାରିଖ ଦିନ ସେ ଆଣ୍ଟିଜେନ ପରୀକ୍ଷା କରିବା ପରେ ସେ ପଜିଟିଭରେ ଆକ୍ରାନ୍ତ ଥିବାର ଜଣାପଡିଥିଲା । ସଙ୍ଗେ ସଙ୍ଗେ କାର୍ୟ୍ୟାଳୟର ସମସ୍ତ କର୍ମଚାରୀମାନଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଥିବା ବେଳେ ଜନୈକ ଅମିନ କିନ୍ତୁ ପରୀକ୍ଷା କରିବା ପାଇଁ ରାଜି ହୋଇନଥିଲେ ।କାର୍ୟ୍ୟାଳୟର ଗାଡି ଚାଳକ ଚକ୍ରଧର ମୁଦୁଲି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।ଗତ ସପ୍ତାହରେ ଯେଉଁମାନେ ଶ୍ରୀ ମଣ୍ଡଳଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ ପରୀକ୍ଷା କରାଇନେବା ପାଇଁ ସେ ଅନୁରୋଧ କରିଛନ୍ତି ।ଗତକାଲି୧୦ତାରିଖରେ ଅଗ୍ନିଶମ ବିଭାଗ ତରଫରୁ ତହସିଲ କାର୍ୟ୍ୟାଳୟ ଏବଂ କ୍ୱାର୍ଟର ଗୁଡିକ ସାନିଟାଇଜ କରାଯାଇଥିବା ଜଣାପଡିଛି ।ବେଗୁନିଆ ମିଡିଆ ହାଉସ ତରଫରୁ ଭଗବାନଙ୍କ ନିକଟରେ ତହସିଲଦାରଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories