www.samajalive.in
Wednesday, December 10, 2025
16.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ 

ବେଗୁନିଆ : ବେଗୁନିଆ ଥାନା କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କାଚେରା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜନୈକ ବ୍ୟକ୍ତି ଅନ୍ୟଜଣଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହିତ ଗୃହକର୍ତାଙ୍କୁ ଏକ ବୋତଲରେ ଆକ୍ରମଣ କରିବାରୁ ସେ ଆହତ ହୋଇ ଚିକିସ୍ଥା ହେବା ପରେ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ।ସମ୍ପୃକ୍ତ ଗ୍ରାମର ରଜନୀକାନ୍ତ ପଟନାୟକ ପୂର୍ବଶତ୍ରୁତାକୁ କେନ୍ଦ୍ରକରି କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ଘରେ ପଶି ପ୍ରଥମେ କୃଷ୍ଣଚନ୍ଦ୍ର ଙ୍କୁ ମାଡ଼ ମାରିଥିଲେ ।ତାଙ୍କର ସ୍ତ୍ରୀ ରଶ୍ମିତା ମହାନ୍ତି ଏଥିରେ ପ୍ରତିବାଦ କରି ଛଡ଼ାଇବାରୁ ସେ ତାଙ୍କୁ ମାଡ଼ ମାରି ତଳେ ପକାଇ ଘୋସାଡି ଦେଇଥିଲେ ।ସେଠାରୁ ସଙ୍ଗେ ସଙ୍ଗେ ସେ ବାହାରକୁ ଦୌଡ଼ିଯାଇ ଏକ ବୋତଲ ଆଣି କୃଷ୍ଣଚନ୍ଦ୍ର ଙ୍କ ମୁଣ୍ଡକୁ ଆଘାତ କରିବାରୁ ବୋତଲ ଭାଙ୍ଗି ଯାଇ ତାଙ୍କ ମୁଣ୍ଡରେ ପଶିଯିବାରୁ ପ୍ରବଳ ରକ୍ତସ୍ରାବ ହେବା ସହିତ ସେହି ବୋତଲରେ ତାଙ୍କର କାନକୁ ଆଘାତ କରିବାରୁ କାନ ମଧ୍ୟ କଟିଯାଇଛି ।ସେ ଚିକିସ୍ଥିତ ହୋଇ ଖୋର୍ଧାରୁ ଫେରିବା ପରେ ବେଗୁନିଆ ଥାନାରେ ରଶ୍ମିତା ଏବଂ କୃଷ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି ।ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories