www.samajalive.in
Monday, December 15, 2025
16.1 C
Bhubaneswar

ଜାତିସଂଘ ସୁରକ୍ଷା ପରିଷଦ ବିତର୍କ ; ଆତଙ୍କବାଦ କ୍ଷେତ୍ରରେ ତାଲିବାନ ନିଜର ପ୍ରତିଶ୍ରୁତି ପାଳନ କରୁ : ଭାରତ

ନ୍ୟୁୟର୍କ : ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସସି)ରେ ଏକ ବିତର୍କ ହୋଇଛି। ଗୁରୁବାର ହୋଇଥିବା ବିତର୍କରେ ଭାଗ ନେଇ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍‌ ତିରୁମୂର୍ତ୍ତି କହିଛନ୍ତି ଯେ ଆତଙ୍କବାଦ ପ୍ରସଙ୍ଗରେ ତାଲିବାନ ସରକାର ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଦରକାର। ଆଫଗାନିସ୍ତାନ ମାଟିକୁ ଆତଙ୍କବାଦୀ କାର୍ଯ୍ୟକାଳପ ଲାଗି ବ୍ୟବହାର ହେବାକୁ ନ ଦେବା ପାଇଁ ତାଲିବାନ ପ୍ରତିଶ୍ରୁତି ଦେଇଛି। ଏହା ସହିତ ଆଫଗାନିସ୍ତାନ ଭୂଖଣ୍ଡ ଅନ୍ୟ ରାଷ୍ଟ୍ରକୁ ଭୟଭୀତ କରିବା ଓ ଅନ୍ୟ ରାଷ୍ଟ୍ର ଉପରେ ଆକ୍ରମଣ କରିବା ଲାଗି ବ୍ୟବହାର ହେବ ନାହିଁ। ଆତଙ୍କବାଦ ପ୍ରସଙ୍ଗରେ ତାଲିବାନ ଦେଇଥିବା ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ଦରକାର। ସୁରକ୍ଷା ପରିଷଦର ୧୨୬୭ ପ୍ରସ୍ତାବ ଅନୁଯାୟୀ ଆତଙ୍କବାଦୀ ସଂଗଠନ ଘୋଷିତ ଲସ୍କର-ଇ-ତୋଇବା, ହକାନି ନେଟୱର୍କ ଓ ଜୈସ-ଇ-ମହମ୍ମଦକୁ ଆଫଗାନିସ୍ତାନ ନିଜ ମାଟିରୁ ଦୂରେଇ ରଖିବା ଦରକାର। ଆଫଗାନିସ୍ତାନର ପରିସ୍ଥିତି ବାରମ୍ବାର ବଦଳୁ ଥିବାରୁ ଏହା ଭାରତ ପାଇଁ ଉଦ୍‌ବେଗର ବିଷୟ। ଗତମାସରେ କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ପ୍ରମାଣିତ ହେଉଛି ଯେ ଆତଙ୍କବାଦ ଆଫଗାନିସ୍ତାନ ପାଇଁ ବଡ ବିପଦ ଭାବେ ଉଭା ହୋଇ ରହିଛି। ତେଣୁ ଏ ପ୍ରସଙ୍ଗରେ ତାଲିବାନ ସରକାର ଦେଇଥିବା ପ୍ରତିଶ୍ରୁତି ଗୁରୁତ୍ବପୂର୍ଣ୍ଣ। ଆନ୍ତର୍ଜାତିକ ସମୁଦାୟ ନିଜର ବ୍ୟକ୍ତିଗତ ସ୍ବାର୍ଥରୁ ଊର୍ଦ୍ଧ୍ବରେ ରହି ଆଫଗାନିସ୍ତାନର ଶାନ୍ତି, ସୁରକ୍ଷା ଓ ସ୍ଥିରତା ନିମନ୍ତେ ଆଫଗାନବାସୀଙ୍କ ସହିତ ଠିଆ ହେବା ଦରକାର। ଆଫଗାନିସ୍ତାନବାସୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଗତ ଦୁଇ ଦଶନ୍ଧି ଧରି ଦେଶରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଏବେ ଶିଥିଳ ପଡିଯାଇଛି। ଏପରିସ୍ଥିତିରେ ଆଫଗାନିସ୍ତାନ ମହିଳାଙ୍କ ସ୍ବରକୁ ଶୁଣାଯିବା ଦରକାର।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories