www.samajalive.in
Monday, December 15, 2025
16.1 C
Bhubaneswar

ମମତାଙ୍କ ବିରୋଧରେ ଲଢ଼ିବେ ବିଜେପିର ପ୍ରିୟଙ୍କା ଟିବରେୱାଲ

କଲକାତା  : ଚଳିତ ମାସ ୩୦ରେ ପଞ୍ଚିମବଙ୍ଗର ବହୁଚର୍ଚ୍ଚିତ ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ତାଙ୍କର ଏହି ପାରମ୍ପରିକ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପି ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା ପାଇଁ ପ୍ରିୟଙ୍କା ଟିବରେୱାଲଙ୍କୁ ସୁଯୋଗ ଦେଇଛି। ତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ଶୀଘ୍ର ଘୋଷଣା କରାଯିବ। ପ୍ରିୟଙ୍କା ପେସାରେ ଜଣେ ଆଇନଜୀବୀ। ସେ ବିଜେପିରୁ ଅବ୍ୟାହତି ନେଇଥିବା ସଙ୍ଗୀତଜ୍ଞ ସାଂସଦ ବାବୁଲ ସୁପ୍ରିୟଙ୍କ ଓକିଲ। ଥାଇଲାଣ୍ଡରେ ସେ ଏମ୍‌ବିଏ ପଢ଼ିଛନ୍ତି। ସେ ନିର୍ବାଚନୀ ହିଂସାକୁ ନେଇ ପ୍ରିୟଙ୍କା ତୃଣମୂଳ କଂଗ୍ରେସକୁ ହଲାପଟା କରୁଛନ୍ତି। ବିଜେପି ଯୁବମୋର୍ଚ୍ଚାର ଏକଦା ଉପସଭାପତି ଥିବା ପ୍ରିୟଙ୍କା ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୫ରେ କଲକାତା ନଗର ପରିଷଦ ନିର୍ବାଚନ ଲଢ଼ିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ୧୯୮୧ ଜୁଲାଇରେ କଲକାତାରେ ଜନ୍ମଗ୍ରହଣ କରିଥିବା ପ୍ରିୟଙ୍କା ଚଳିତ ବର୍ଷ ନିର୍ବାଚନରେ ଇଣ୍ଟାଲି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ତୃଣମୂଳର କମଲ ଶାହାଙ୍କଠାରୁ ୫୮ହଜାରରୁ ଅଧିକ ଭୋଟ୍‌ରେ ହାରିଥିଲେ। ଅପରପକ୍ଷରେ ଭବାନୀପୁରରୁ ମମତା ଦୁଇଥର ନିର୍ବାଚିତ ହୋଇଛନ୍ତି। ବିଜେପିକୁ ରୋକିବା ଲକ୍ଷ୍ୟରେ କଂଗ୍ରେସ ମମତାଙ୍କ ସମର୍ଥନରେ ଭବାନୀପୁରରୁ ପ୍ରାର୍ଥୀ ଦେବାକୁ ମନା କରିଦେଇଛି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories