www.samajalive.in
Saturday, December 13, 2025
23.1 C
Bhubaneswar

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

ଚୌଦ୍ୱାର : ବିଦ୍ୟା ବିକାଶ ପରିଷଦ, ଉଦୟନାଥ ଚେରିଟେବୁଲ ଟ୍ରଷ୍ଟ ଏବଂ ଉତ୍କଳ ପୂଜନ ପରିଷଦର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ଟ୍ରଷ୍ଟ ପରିସରରେ ପାଳିତ ହୋଇ ଯାଇଛି । ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ ସ୍ତରରେ ସାକ୍ଷରତାର ଗୁରୁତ୍ୱକୁ ପ୍ରଚାର ପ୍ରସାର କରିବା ଲକ୍ଷରେ ୟୁନେସ୍କୋ ପକ୍ଷରୁ ୧୯୬୭ ମସିହାରୁ ଆରମ୍ଭ କରାଯାଇଥିବା ଏହି ଦିବସର ତାତ୍ପର୍ଯ୍ୟ ଉପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଆଲୋଚନା କରି ସମାଜରୁ ନିରକ୍ଷରତାର ବ୍ୟଧିକୁ ଦୂର କରିବା ଦିଗରେ ସମସ୍ତେ ଉଦ୍ୟମ ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ । ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମୁଖ୍ୟ ମାନସ କୁମାର ସାହୁ,ପବିତ୍ର ମୋହନ ସାହୁ,ମନୋରଞ୍ଜନ ସ୍ୱାଇଁ,ଧୀରେନ୍ଦ୍ରନାଥ ଜେଠି, ବିଚିତ୍ରାନନ୍ଦ ନାୟକ, ଅନନ୍ତ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ସାରଳା ସାହିତ୍ୟ ସଂସଦ ସଭାପତି ଇଂ ପ୍ରଭାକର ସ୍ୱାଇଁ,ଶ୍ରୀକାନ୍ତ ବ୍ରହ୍ମା,ଡ. ଅର୍ଦ୍ଧେନ୍ଦୁ ଶେଖର ଭୋଳ,ଶ୍ୟାମ ସୁନ୍ଦର ସାମଲ,ଡ. ବସନ୍ତ କୁମାରୀ ନନ୍ଦ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲେଶଚନାରେ ଅଂଶ ଗ୍ରହଣ କରିଥିଲେ ।ପ୍ରଭାତୀ ଜେନା,ଶରତ ଚନ୍ଦ୍ର ଧଳ, ରଶ୍ମିରେଖା ନାୟକ,ପୁଷ୍ପଲତା ସାହୁ, ସୁକାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories