www.samajalive.in
Saturday, December 13, 2025
23.1 C
Bhubaneswar

ରମ୍ଭା ରେଳ ଷ୍ଟେସନରେ ବିଦ୍ୟୁତ ତାରରେ ଲାଗି ଜଣେ ଗୁରୁତର

ଗଞ୍ଜାମ : ରମ୍ଭା ରେଳ ଷ୍ଟେସନରେ ବିଦ୍ୟୁତ ତାର ଲାଗି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି ।  ସୂଚାନାନୁଯାୟୀ ଆଜି ରାତିରେ ରମ୍ଭା ରେଳ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ଡାଉନ ଲାଇନରେ ଏକ ଗୁଡ୍ସ ଟ୍ରେନ ଲାଗିଥିଲା। ଆରପିଏଫ ପ୍ରଶନ କୁମାର ନାୟକ ଏକ ଶବ୍ଦ ଶୁଣିବାକୁ ପାଇଲା ପରେ ଷ୍ଟେସନ ମାଷ୍ଟରଙ୍କୁ ଜାଣାଇଥିଲେ । ପରେ ଓଭର ହେଡ ଇକ୍ୟୁମେଣ୍ଟ ବିଦ୍ୟୁତ ତାରରୁ ବିଦ୍ୟୁତ ସଂଯୋଗ କାଟାଯାଇଥିଲା । ସେ ସମୟରେ ଜଣେ ବ୍ୟକ୍ତି ବିଦ୍ୟୁତ ତାରରେ ଗୁଡ୍ସ ଟ୍ରେନ ଉପରେ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ବ୍ୟକ୍ତି ଜଣଙ୍କ ତଳକୁ ଖସିପଡି ଛଟପଟ ହେଉଥିଲେ। ସଙ୍ଗେ ସଙ୍ଗେ ରମ୍ଭା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ରମ୍ଭା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଘଟଣା ସ୍ଥଳରେ ଆର ପିଏଫ, ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣଙ୍କ ପରିଚୟ ମିଳିପାରିନାହିଁ ।ସେହିପରି ଦୁର୍ଘଟଣାର କାରଣ ଜଣାପଡିନାହିଁ ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories