www.samajalive.in
Monday, December 15, 2025
27.1 C
Bhubaneswar

ରେଙ୍ଗାଲି ବ୍ଳକକୁ ମରୁଡି ଅଞ୍ଚଳ ଘୋଷାଣା;କୃଷିଋଣ ଛାଡ ପାଇଁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୮ଦଫା ଦାବି ପତ୍ର ପ୍ରଦାନ

ରେଙ୍ଗାଲି:ଚଳିତ ଖରିଫ ଋତୁ ରେ ରେଙ୍ଗାଲ ିବ୍ଳକ୍ ଅଞ୍ଚଳ ରେ ସ୍ୱଳ୍ପ ଏବଂ ଅନିୟମିତ ତଥା ଚାଷ ଉପଯୋଗୀ ବର୍ଷା ହୋଇ ନଥିବା ଯୋଗୁଁ ରେଙ୍ଗାଲି ବ୍ଳକ୍ ଅଞ୍ଚଳ ରେ ଭୟାବହ ମରୁଡି ପରିସ୍ଥିତି ଦେଖାଦେଇଛି। ଅଣ ଜଳସେଚିତ ଅଞ୍ଚଳ ହୋଇ ଥିବା ରେଙ୍ଗାଲି ବ୍ଳକ୍ର ବିଭିନ୍ନ ଅଞ୍ଚଳ ରେ ଥିବା ଉଠା ଜଳ ସେଚନ ପ୍ରକଳ୍ପ ଗୁଡିକ ମଧ୍ୟ ଅଧିକାଂଶ ଅଚଳ । ବର୍ଷା ଅଭାବ ରୁ ବହୁ ପରିମାଣ ଜମି ଚାଷ ନହୋଇ ପଡିଆ ପଡିଛି। ଚାଷ ହୋଇ ଥିବା ଜମି ବର୍ଷା ଅଭାବରୁ ଫାଟି ଆଁ କରିଛି। ଭୟାବହ ମରୁଡି ପରିସ୍ଥିତି ଦେଖାଦେଇଥିବାରୁ ରେଙ୍ଗାଲି ବ୍ଳକକୁ ମରୁଡି ଅଞ୍ଚଳ ଘୋଷଣା କରାଯାଉ ,କୃଷି ଋଣ ଛାଡ କରାଯାଉ ବୋଲି ରେଙ୍ଗାଲି ର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆଜି ରେଙ୍ଗାଲି ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରାଯାଇଛି। ପରିଷଦ ର ସଭାପତି ବସନ୍ତ କୁମାର ନାୟକ,ଉପ-ସଭାପତି ପୂର୍ଭଥନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି,ଶଶିଭୂଷଣ ସାହୁ, ବିନୋଦବିହାରୀ ନନ୍ଦ,କିଶୋର କୁମାର ସାହୁ,ଗୋବର୍ଦ୍ଧନ ବାରିକ,ଉଦୟଚନ୍ଦ୍ର ସାହୁ,ଜୟବିହାରୀ କୁମୁରା ପ୍ରମୁଖ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ତହସିଲଦାର ସୁନିଲ କୁମାର ମେହେର ଙ୍କୁ ଭେଟି ୮ଦଫା ଦାବୀ ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି।

 

- Advertisement -

ଦାବୀ ପତ୍ର ରେ ରେଙ୍ଗାଲି ବ୍ଳକ୍ କୁ ମରୁଡି ଅଞ୍ଚଳ ଘୋଷଣା କରିବା, ସମସ୍ତ କୃଷି ଋଣ ଛାଡ କରିବା। ବୃଦ୍ଧ/ବୃଦ୍ଧା.ଦିବ୍ୟାଙ୍ଗ ମାନଙ୍କ ଭତ୍ତା ଦୁଇ ଗୁଣ ବୃଦ୍ଧି,ସମସ୍ତ ପଞ୍ଜିକୃତ ଋଣୀ ଏବଂ ଅଣଋଣୀ ଚାଷୀ ମାନଙ୍କ ୧୦ ଲକ୍ଷଟଙ୍କା ଜୀବନବୀମା ଭୁକ୍ତ କରିବା। ସମସ୍ତ ସ୍କୁଲ/କଳେଜ ଛାତ୍ର/ଛାତ୍ରୀ ମାନଙ୍କ ଫିଜ୍ ଛାଡ କରାଯିବା, ଚାଷୀ ପରିବାର ର ବେକାର ଯୁବକ/ଯୁବତୀ ମାନଙ୍କୁ ବେକାରୀ ଭତ୍ତା,ବିପିଏଲ୍ ପରିବାର କୁ ଦିଅଯାଉଥିବା ଖାଦ୍ୟ ସାମଗ୍ରୀ ଦୁଇ ଗୁଣ ବୃଦ୍ଧି କରିବା ଏବଂ ମହାତ୍ମାଗାନ୍ଧି ଜାତୀୟ କର୍ମ ନିଯୁକ୍ତି ଯୋଜନା ରେ ବାର୍ଷିକ ୩ଶହ ଦିନ କର୍ମ ନିଯୁକ୍ତି ଦେବାପାଇଁ ପରିଷ୍ଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବୀ କରାଯାଇଛି।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories