www.samajalive.in
Sunday, December 14, 2025
23.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱରଙ୍କୁ ପିପିଲିରେ ବିପୁଳ ସଂବର୍ଦ୍ଧନା

ପିପିଲି:ବିଜେପିର ଦେଶବ୍ୟାପି ଜନ ଆଶିର୍ବାଦ ଯାତ୍ରା ଅବସରରେ ୬ଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କୁ ସୋମବାର ପିପିଲି ଠାରେ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ପୁରୀ ଗସ୍ତ ସମୟରେ ପିପିଲିର ଦଳୀୟ କାର୍ଯ୍ୟାଳୟ ଠାରେ ପୁରୀ ଜିଲା ବିଜେପି ସଭାପତି ତଥା ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କୁ ପାରମ୍ପରିକ ବାଦ୍ୟ, ନୃତ୍ୟ ସହ ସ୍ୱାଗତ କରାଯିବା ସହ ଫୁଲତୋଡା ଓ ଉତ୍ତରୀୟ ଦେଇ ସଂବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପିପିଲି ଦେଇ ଯାଇଥିବା ଦୟାନଦୀର କଣ୍ଟି ଓ ଭାରତୀପୁର କାଜରୁ ନିର୍ଗତ ବନ୍ୟାଜଳ ଦ୍ୱାରା ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକର ବହୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟୁଥିବାରୁ ବନ୍ୟାର ସ୍ଥାୟୀ ନିୟନ୍ତ୍ରଣ ପାଇଁ ଉକ୍ତ ଦୁଇଟିଯାକ କାଜକୁ ସଂପୂର୍ଣ୍ଣଭାବେ ବନ୍ଦ କରିବା ପାଇଁ ବିଜେପି ଜିଲା ସଭାପତି ଶ୍ରୀପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଶ୍ରୀଟୁଡୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ସହୃଦୟତାର ସହ ଏଥିପ୍ରତି ଦୃଷ୍ଟିଦେବେ ବୋଲି ଜିଲା ସଭାପତିଙ୍କୁ ପ୍ରତିଶୃତି ଦେଇଥିଲେ।

 

- Advertisement -

ସାତଶଙ୍ଖ ବଜାର ଠାରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ମଣ୍ଡଳ ସଭାପତି ପ୍ରଦୀପ ପାତ୍ର ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ମୁଖପାତ୍ର ଗୋଲକ ମହାପାତ୍ର, ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ବିରଞ୍ôଚ ନାରାୟଣ ତ୍ରିପାଠୀ, ଶାରଦା ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପିର ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସୁକାନ୍ତ ଭଟ୍ଟ, ଲଡ଼ୁକିଶୋର ରାୟ, ସୁଧିର ବିଶ୍ୱାଳ, ଶ୍ୱେତ କୁମାର ନାୟକ, ଯୁବନେତା ପ୍ରଦୀପ ସାହୁ, ସରପଞ୍ଚ ଶୁଭାଶିଷ ରଥ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ଜିଲା ଦଳିତ ମୋର୍ଚ୍ଚା ଉପସଭାପତି ସୁରେନ୍ଦ୍ର ବେହେରା, ଜିଲା ଯୁବ ମୋର୍ଚ୍ଚା ଉପସଭାପତି ଦେବପ୍ରସାଦ ତ୍ରୀପାଠୀ, ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ମମତା ବେହେରା, ସସ୍ମିତା ମହାରଣା, କୁନି ଦାସ, ବରିଷ୍ଠନେତା ରାମଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ପଣ୍ଡା, ଅଲ୍ଲୀ ବାବୁଲା, ସେକ ଆଲେଜହୁର ଖାନ, ଯୁବନେତା ପ୍ରଶାନ୍ତ ଦିକ୍ଷିତ, ସୁକାନ୍ତ ଦାଶ, ଗଦାଧର ପରିଡ଼ା, ଆଶିଷ ସାମନ୍ତରାୟ, ଦେବୀପ୍ରସାଦ ମଲ୍ଲିକ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଫୁଲ ମାଳ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories