www.samajalive.in
Sunday, December 14, 2025
26.1 C
Bhubaneswar

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ୧ ବର୍ଷ ୧୧ ମାସର ଶିଶୁ 

କରଞ୍ଜିଆ:ମୟୂରଭଞ୍ଜ ଜିଲା କରଞ୍ଜିଆ ସହରର ଜଣେ କମ୍ପ୍ୟୁଟର ବ୍ୟବସାୟୀଙ୍କ ୧ ବର୍ଷ ୧୧ ମାସର ପୁତ୍ର ନିଜର ଅଦ୍ଭୁତ ତଥା ବିଚକ୍ଷଣ ପାରଦର୍ଶିତା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସରୁ ପ୍ରଶଂସାପତ୍ର ସାଉଁଟିବାରେ ସକ୍ଷମ ହୋଇପାରିଛି। କମ୍ପ୍ୟୁଟର ବ୍ୟବସାୟୀ ଲୋକେଶ ପଟୱାରୀଙ୍କ ଶିଶୁପୁତ୍ର ଶ୍ଳୋକ ପଟୱାରୀ ଇଂରାଜୀ ବର୍ଣ୍ଣମାଳାର ଏ ରୁ ଜେଡ ପର୍ଯ୍ୟନ୍ତ ଓ ହିନ୍ଦୀ ବର୍ଣ୍ଣମାଳାର ଅ ରୁ କ୍ଷ ପର୍ଯ୍ୟନ୍ତ ସଠିକ ଉଚ୍ଚାରଣ, ୧ ରୁ ୧୦ ପର୍ଯ୍ୟନ୍ତ ସଂଖ୍ୟା ଡାକିବା, ୧୧ଟି ପଶୁଙ୍କ ରାବକୁ ଅନୁକରଣ; ୧୭ଟି ଫଳ, ୧୮ଟି ବନ୍ୟଜନ୍ତୁ, ୮ଟି ଗୃହପାଳିତ ପଶୁ, ମନୁଷ୍ୟ ଶରୀରର ୧୯ଟି ଅଙ୍ଗପ୍ରତ୍ୟଙ୍ଗ, ୮ଟି ରଙ୍ଗ ଓ ୧୦ଟି ଆକୃତିକୁ ଦେଖି ନିର୍ଭୁଲ ଚିହ୍ନଟ କରିପାରୁଛି। ଶିଶୁ ଶ୍ଲୋକଙ୍କର ଏଭଳି ପାରଦର୍ଶିତା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସର ମୁଖ୍ୟ ସମ୍ପାଦକ ଡ଼.ବିଶ୍ବରୂପ ରାୟ ଚୌଧୁରୀ ଅଗଷ୍ଟ ୧୩ ତାରିଖରେ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories