www.samajalive.in
Sunday, December 14, 2025
26.1 C
Bhubaneswar

ଥାନା ଫଟୋ ଉତ୍ତୋଳନକାରୀ ଯନ୍ତ୍ର କିଣାରେ ଦୁର୍ନୀତି, ଠିକା ପ୍ରସ୍ତାବ ବାତିଲ୍‌ ଦାବି କଲା ବିଜେପି

ଭୁବନେଶ୍ବର: ଦୁର୍ନୀତି ହଟାଇବା ଲାଗି ରାଜ୍ୟ ସରକାର ସମସ୍ତ ବିଭାଗରେ ୫-ଟି ଲାଗୁ କରିଛନ୍ତି। ଏହା ସତ୍ତ୍ବେ ଖୋଦ୍‍ ଗୃହ ବିଭାଗରେ ଦୁର୍ନୀତି ହେଉଛି ବୋଲି ଅଭିଯୋଗ ଆଣିଛି ବିଜେପି। ରାଜ୍ୟର ୫୯୩ଟି ଥାନା ପାଇଁ ଓକାକ୍‍(ଓଡ଼ିଶା କମ୍ପ୍ୟୁଟର ଆପ୍ଲିକସେନ ସେଣ୍ଟର) ଜରିଆରେ ସିସିଟିଭି (ଫଟୋ ଉତ୍ତୋଳନକାରୀ ଯନ୍ତ୍ର) କିଣାଯିବା ଯୋଜନାରେ ଏକ ବଡ଼ଧରଣ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ବୋଲି ବିଜେପିର ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍‍ ଦାସ ଅଭିଯୋଗ କରିଛନ୍ତି।
ମୁମ୍ବଇର ମେସର୍ସ କ୍ରିଷ୍ଟାଲ ଇଣ୍ଟିଗ୍ରେଟେଡ଼ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ୧୦୪.୯୬ କୋଟି ଟଙ୍କାର କ୍ରୟ ନିର୍ଦେଶନାମା ଦିଆଯାଇଛି। ପ୍ରତି ଥାନାରେ ସିସିଟିଭି ସ୍ଥାପନ ଲାଗି ୧୫.୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ୮ଟି ସ୍ଥିର ଫଟୋ ଉତ୍ତୋଳନ ଯନ୍ତ୍ର ଓ ୧୨ଟି ଘୂର୍ଣ୍ଣାୟମାନ ଫଟୋ ଉତ୍ତୋଳନକାରୀ ଯନ୍ତ୍ର ସ୍ଥାପନ କରାଯାଇ ଥାନା ମଧ୍ୟରେ ବିଭିନ୍ନ ଗତିବିଧି ଉପରେ ନଜର ରଖାଯିବ। ଖୋଲା ବଜାରରୁ ଏସବୁ ଆଣିଲେ ଫଟୋ ଉତ୍ତୋଳନକାରୀ ଯନ୍ତ୍ର ଓ ଅନ୍ୟାନ୍ୟ ଉପକରଣ ବାବଦରେ ସର୍ବାଧିକ ଛଅ ଲକ୍ଷ ଟଙ୍କାରେ ମିଳୁଛି। ୫୯୩ଟି ଥାନା ପାଇଁ ମୋଟ ୩୫.୫୮ କୋଟି ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଓକାକ୍‌ ପକ୍ଷରୁ ଏହି ଫଟୋ ଉତ୍ତୋଳନକାରୀ ଯନ୍ତ୍ର ବାବଦରେ ୯୪.୪୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

 

- Advertisement -

ଏସବୁ ତଦାରଖ କରାଯିବା ବ୍ୟବସ୍ଥା ବାବଦରେ ୧୦.୨୧ କୋଟି ଖର୍ଚ୍ଚ କରାଯିବ। ସର୍ବାଧିକ ୪୦ କୋଟି ଟଙ୍କା ଖର୍ଚ୍ଚ ହେବା କଥା। କିନ୍ତୁ ରାଜ୍ୟ ସରକାର ୨୫୦ ପ୍ରତିଶତ ଅଧିକ ଦରରେ ମୁମ୍ବଇର ମେସର୍ସ କ୍ରିଷ୍ଟାଲ ଇଣ୍ଟିଗ୍ରେଟେଡ଼ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ କ୍ରୟ ଲାଗି ନିର୍ଦେଶ ଦିଆଯାଇଛି। ତୁରନ୍ତ ଏହି ଠିକା ପ୍ରସ୍ତାବ(ଟେଣ୍ଡର)କୁ ବନ୍ଦ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି। ଉକ୍ତ କମ୍ପାନୀ ବିକ୍ରି କରିବା ପରେ ପରବର୍ତ୍ତୀ ସେବା ଯୋଗାଇ ଦେବା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ସଂସ୍ଥାର ରାଜ୍ୟରେ ସେବାକେନ୍ଦ୍ର ନାହିଁ। ଏଭଳି ଠିକା ପ୍ରସ୍ତାବରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ବାଦ୍ ଦିଆଯାଇ କାହିଁକି ଏକ ଘରୋଇ କମ୍ପାନୀଠାରୁ କ୍ରୟ କରାଯିବା ଲାଗି ତୁରନ୍ତ ନିଷ୍ପତ୍ତି ନିଆଯାଇଛି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏହି ଠିକା ପ୍ରସ୍ତାବରେ ଅଂଶଗ୍ରହଣ କରିବା ଲାଗି କମ୍ପାନୀର ବାର୍ଷିକ କାରବାର ୮୦ କୋଟି ଟଙ୍କାରୁ ଅଧିକ ହୋଇଥିବା ଜରୁରୀ। ଠିକା ପ୍ରସ୍ତାବରେ ଭାରତ ହେଭି ଇଲେକ୍ଟ୍ରିକାଲ୍‌ସ ଲିମିଟେଡ(ଭେଲ୍), ଟେଲିକମ୍ୟୁନିକେସନ୍ କନ୍ସୁଲଟାଣ୍ଟ ଇଣ୍ଡିଆ ଲିମିଟେଡ଼(ଟିସିଆଇଏଲ୍) ଓ ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ଼(ବିଇସିଆଇଏଲ୍) ଭଳି ସର୍ବଭାରତୀୟ ସ୍ତରର ଅଗ୍ରଣୀ ରାଷ୍ଟ୍ରାୟତ୍ତ କମ୍ପାନୀ ଅଂଶଗ୍ରହଣ କରିଥିଲେ ସୁଦ୍ଧା ଘରୋଇ କମ୍ପାନୀ ପ୍ରତି ସରକାରଙ୍କ ଅନୁଗ୍ରହକୁ ନେଇ ଚର୍ଚ୍ଚା ହେଉଛି।
ରାଜ୍ୟ ସରକାର ତୁରନ୍ତ ଏହି ଠିକା ପ୍ରସ୍ତାବକୁ ବାତିଲ କରନ୍ତୁ ଏବଂ ଏହି ଦୁର୍ନୀତିରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି। ବିଧାୟକଙ୍କୁ ନେଇ ଗୋଟିଏ କ୍ରୟ ସମିତି ଗଠନ କରାଯିବା ଲାଗି ଶ୍ରୀ ଦାସ ପ୍ରସ୍ତାବ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରକାଶ ସୋରେନ, ନବଚରଣ ମାଝି ଏବଂ ଡ. ବୁଧନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories