ସାମ୍ବାଦିକ ଚିହ୍ନଟ ପାଇଁ ଏସପିଙ୍କୁ ଭେଟିଲା ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ 

ନକଲି ସାମ୍ବାଦିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ସଂଘ

ନବରଙ୍ଗପୁର: ସାରା ରାଜ୍ୟରେ ଦିନକୁ ଦିନ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାଵ ବଢିଚାଲିଛି, ଯଦ୍ୱାରା କି ସରକାରୀ ଏବଂ ବେସରକାରୀ କାର୍ଯ୍ୟରେ ବାଧା ଉପୁଜୁଛି।  ଫଳରେ କାର୍ଯ୍ୟରତ ସାମ୍ବାଦିକଙ୍କ ମର୍ଯ୍ୟାଦାରେ ହାନି ଘଟୁଛି। ଏସବୁକୁ ଦୃଷ୍ଟିରେ ରଖି ଆଜି ଓଡ଼ିଶା ସାମ୍ବାଦିକ ସଂଘ ନବରଙ୍ଗପୁର ଶାଖାର ପ୍ରତିନିଧିମାନଙ୍କ ପକ୍ଷରୁ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାସଙ୍କୁ ପ୍ରଦାନ କରାଯାଇଛି।

prayash

ଆଜି ନବରଙ୍ଗପୁର ଓୟୁଜେ ସଂଘ ତତଫରୁ ଏକ ପ୍ରୀତିନିଧି ଦଳ ଏସପିଙ୍କ କାର୍ୟ୍ୟାଳୟ ଯାଇ ଏସପିଙ୍କୁ ସାକ୍ଷାତ କରି ଜିଲ୍ଲାରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବା ସହ ପ୍ରେସର ଅପବ୍ୟବହାର କରି ଲୋକଙ୍କୁ ବିଭ୍ରାନ୍ତ କରିଥିବା ବେଳେ ଗାଡ଼ିରେ ପ୍ରେସ ଲେଖି ଅବାଧରେ ବୁଲୁଛନ୍ତି। ଏମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବା ସହ ନବରଙ୍ଗପୁର ଜିଲ୍ଲାରେ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକଙ୍କ ତାଲିକା ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ମାଗି ଅସଲି ସାମ୍ବାଦିକ ଚି଼ହ୍ନଟ କରାଯାଉ ବୋଲି ଏସପିଙ୍କ ନିକଟରେ ଦାବି କରିଛି ସଂଘ। ଏସପି ଶ୍ରୀ ଦାସ ଏ ସମ୍ବନ୍ଧରେ ଖୁବ ଶୀଘ୍ର ତଦନ୍ତ କରାଯିବ ବୋଲି କହିବା ସହ ପ୍ରଥମ ପର୍ଯ୍ୟାୟ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଏବଂ ଉମରକୋଟ ଥାନା ଅଂଚଳରେ ପ୍ରେସ ଲେଖା ହୋଇଥିବା ଗାଡିଗୁଡିକ ଯାଞ୍ଚ କରି ତଦନ୍ତ କରାଯିବ ବୋଲି କହିଛନ୍ତି। ଏଥିସହ ଯେଉଁ ମାନେ ପ୍ରେସକୁ ଅପବ୍ୟବହାର କରି ଲୋକଙ୍କୁ ଧମକାଇ ଚାନ୍ଦା ଆଦାୟରେ ଲିପ୍ତ ରହୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତିଶୃତି ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସମ୍ପାଦକ ବାରିଜ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରବି ପଟ୍ଟନାୟକ, ଉପ ସଭାପତି କିଶୋର ପଟ୍ଟନାୟକ, ଫାଲଗୁନି ପାତ୍ର, କୋଷାଧ୍ୟକ୍ଷ ନବ ବିଶୋଇ, ଲକ୍ଷ୍ମୀକାନ୍ତ ପଣ୍ଡା, ଚିଦାନନ୍ଦ ସାହୁ, ରାମ ଦଳେଇ, ଅଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.