www.samajalive.in
Tuesday, December 9, 2025
17.1 C
Bhubaneswar

ନ୍ୟୁୟର୍କରେ ବାତ୍ୟା ‘ଇଡା’ ତାଣ୍ଡବ ; ୪୦ରୁ ଅଧିକ ମୃତ

ନ୍ୟୁୟର୍କ : ନ୍ୟୁୟର୍କରେ ବାତ୍ୟା ‘ଇଡା’ ପ୍ରଭାବରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଏଯାଏଁ ୪୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଯାଏଁ ନିଖୋଜ ରହିଛନ୍ତି ବୋଲି ଖବର ମିଳିଛି। ବାତ୍ୟା ପ୍ରଭାବରେ ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା କାରଣରୁ ବିମାନ ଚଳାଚଳ ରଦ୍ଦ କରାଯାଇଛି। ନ୍ୟୁୟର୍କ ସହରରେ ବାତ୍ୟା ପ୍ରଭାବରେ ଏତେ ଲୋକଙ୍କ ମୃତ୍ୟୁ ପ୍ରଥମ ଘଟଣା ବୋଲି କୁହାଯାଉଛି। ଆମେରିକାର ଦକ୍ଷିଣାଞ୍ଚଳରେ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ନ୍ୟୁୟର୍କ ଗଭର୍ଣ୍ଣର ଆଜି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏକ ଭିଡିଓରେ ଦେଖାଯାଉଛି ରାସ୍ତାରେ କାର ଓ ଅନ୍ୟାନ୍ୟ ଯାନ ଭାସୁଛି। ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories