www.samajalive.in
Monday, December 15, 2025
14.1 C
Bhubaneswar

ଆସନ୍ତାକାଲିଠୁ ବିଧାନସଭା: ବିରୋଧୀଙ୍କ ପ୍ରସଙ୍ଗ ମାହାଙ୍ଗା, ମହଙ୍ଗା ଓ ମରୁଡି

ବିରୋଧୀଙ୍କ ପ୍ରସଙ୍ଗ ମାହାଙ୍ଗା, ମହଙ୍ଗା ଓ ମରୁଡି

ଆସନ୍ତାକାଲି ଠାରୁ କୋଭିଡ୍‍ କଟକଣା ମଧ୍ୟରେ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ମାହାଙ୍ଗା ଡବଲ ମର୍ଡରରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ, ଆବଶକୀୟ ସାମଗ୍ରୀର ଦର ବୃଦ୍ଧି ଓ ରାଜ୍ୟରେ ସମ୍ଭାବିତ ମରୁଡି ପ୍ରସଙ୍ଗ ନେଇ ବିରୋଧୀ ଦଳ ସରକାରଙ୍କୁ ଜବାବ ମାଗିବା ନେଇ ଯୋଜନା କରିଥିବା ଜଣାପଡିଛି।

ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସଦସ୍ୟ, ସେମାନଙ୍କ ଡ୍ରାଇଭର ଓ ବ୍ୟକ୍ତିଗତ କର୍ମଚାରୀଙ୍କ ସମେତ ବିଧାନସଭା କର୍ମଚାରୀ, ଅଧିକାରୀ ଓ ସାମ୍ବାଦିକମାନଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି। ମନ୍ତ୍ରୀ ଓ ବିଧାୟକମାନଙ୍କର କୋଭିଡ୍‍ ସହ ଆଂଟିବଡି ମଧ୍ୟ ପରୀକ୍ଷା କରାଯାଇଛି। ଅଧିବେଶନ ପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରାଜ୍ୟ ପୋଲିସ୍‍ ମହାନିର୍ଦ୍ଦେଶକ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି।

- Advertisement -

ଏହି ମୌସୁମୀ ଅଧିବେଶନ ସେପ୍ଟେମ୍ୱର ୧ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ୧୦.୩୦ ଠାରୁ ଅପରାହ୍ନ ୧.୩୦ ମିନିଟ୍‍ ଏବଂ ଦ୍ୱିତୀୟାର୍ଦ୍ଧ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ବିଧାନସଭା ଅଧିବେଶନର ପ୍ରଥମ ଦିନ ପ୍ରଥମାର୍ଦ୍ଧ ଅଦିବେଶନ ପୂର୍ବାହ୍ନ ୧୧.୦୦ଟାରୁ ଆରମ୍ଭ ହେବ। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୯୦ ମିନିଟ୍‍ ସମୟ ରଖାଯାଇଛି। ବିଜେପି ବିଧାୟକମାନେ ସପ୍ତାହର ୪ ଦିନ ଏବଂ କଂଗ୍ରେସ ବିଧାୟକମାନେ ମଙ୍ଗଳବାର ଏବଂ ଶନିବାର ଦିନ ମୁଲତବୀ ପ୍ରସ୍ତାବ ଆଗତ କରିପାରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories