କାବୁଲ: ଆଜି ସନ୍ଧ୍ୟାରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। କାବୁଲ ବିମାନବନ୍ଦର ନିକଟରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ୪ଦିନ ଭିତରେ କାବୁଲରେ ଏହା ତୃତୀୟ ବିସ୍ଫୋରଣ। କାବୁଲ ବିମାନ ବନ୍ଦରରେ ରକେଟ ମାଡ଼ ହୋଇଛି। ବିମାନବନ୍ଦର ନିକଟ ଆବାସିକ ଅଞ୍ଚଳରେ ରକେଟ ମାଡ଼ ସୂଚନା ମିଳିିଛି। ଏହି ରକେଟ ମାଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇଥିବା ପ୍ରାରମ୍ଭିକ ଭାବେ ସୂଚନା ମିଳିଛି।
ସିରିଜ ବିସ୍ଫୋରଣର ୩ ଦିନ ପରେ ରକେଟ ମାଡ଼ କରାଯାଇଛି। କାବୁଲରେ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରି ପୂର୍ବରୁ ଏହି ଅଞ୍ଚଳ ପାଇଁ ଆମେରିକା ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା।



