www.samajalive.in
Monday, December 15, 2025
14.1 C
Bhubaneswar

ଟୋକିଓ ପାରାଲିମ୍ପିକ୍ସ: ଉଚ୍ଚଡିଆଁରେ ରୌପ୍ୟ ପଦକ ଜିତିଲେ ନିଶାଦ କୁମାର

ଟୋକିଓ: ଆଜି ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଆଜି ସକାଳେ ଟିଟିରେ ଭାବିନା ପଟେଲ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିବାବେଳେ ସନ୍ଧ୍ୟାରେ ଆଉ ଜଣେ ଉଦୀୟମାନ ଖେଳାଳୀ ଉଚ୍ଚଡିଆଁ(ହାଇଜମ୍ପ)ରେ ଭାରତ ପାଇଁ ଗୌରବ ଆଣିଛନ୍ତି। ଫଳରେ ଗୋଟିଏ ଦିନରେ ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ଟୋକିଓ ପାରାଲିମ୍ପିକ୍ସରେ ନିଶାଦ କୁମାର ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ୨.୦୬ ମିଟର ଉଚ୍ଚଡିଆଁ ଡେଇଁ ପଦକ ବିଜୟୀ ହୋଇଛନ୍ତି। ଏଥିରେ ଆମେରିକାର ରୋଡରିକ ଟାୱନସେଣ୍ଡ୍ ସ୍ବର୍ଣ୍ଣପଦକ ଏବଂ ଡଲାସ ୱାଇଜ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି।

 

- Advertisement -

ନିଶାଦ କୁମାର ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟୀ ହେବା ପରେ ଭାରତରେ ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଆଜି ସକାଳେ ଟିଟିରେ ଭାବିନା ପଟେଲ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶାଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories