www.samajalive.in
Sunday, December 14, 2025
19.1 C
Bhubaneswar

ମକା ଫଳିବା ସମୟରେ ଲାଗିଲାଣି ପୋକ, ଚିନ୍ତାରେ ଚାଷୀ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକର ଲୋକେ ବିଭିନ୍ନ ଚାଷ କରନ୍ତି। କିନ୍ତୁ କୃଷି ବିଭାଗର ଉଦାସୀନତା ଯୋଗୁ ଲୋକେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁନି କୃଷି ବିଭାଗ। ସଚେତନତାର ଅଭାବ ଫଳରେ ଚାଷ ଅମଳ ହେବା ପୂର୍ବରୁ ଫସଲ ନଷ୍ଟ ହେବାରେ ଲାଗିଛି।ମୋହନା ବ୍ଳକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ଋତୁ ଅନୁସାରେ ବିଭିନ୍ନ ଚାଷ କରନ୍ତି। ଜହ୍ନା, ମାଣ୍ଡିଆ,କୋଳଥ,କାଙ୍ଗୁ, ମାଣ୍ଡିଆ, ଝୁଡୁଙ୍ଗ, କଦଳୀ, ହଳଦୀ, ଅଦା, ପନିପରିବା,ଭଳି ଅନେକ ଚାଷ କରନ୍ତି। କିନ୍ତୁ ଏହି ବର୍ଷ ସ୍ୱଳ୍ପ ବର୍ଷା ହେବା ଫଳରେ ଧାନ ବିଲ ଫାଟି ଆଁ କରିଛି। ଯାହାଫଳରେ ଚାଷୀ ଚିନ୍ତାରେ। ଏଠାକାର କ୍ଷୁଦ୍ର ଜଳ ସେଚନ ଓ ଉଠା ଜଳସେଚନ ବ୍ୟବସ୍ଥା ନିମ୍ନମାନର। ଦୀର୍ଘ ବର୍ଷ ଧରି ଅଧପନ୍ତରିଆ ଭାବେ ପଡି ରହିଛି ଜଳସେଚନ ପ୍ରକଳ୍ପ। ବିଭାଗୀୟ ଅଧିକାରୀମାନେ ସବୁ ଲୁଟି ଚୁପ ହେଲେ ଚାଷୀ କୁଳ ଚିନ୍ତାରେ।

ପରିବାର ପ୍ରତିପୋଷଣ ପାଇଁ ଧାର କରଜ କରି ମକା ବିହନ ଆଣି ବିଲରେ ମକା ମଂଜି ବୁଣିଥିଲେ। କିନ୍ତୁ ଫଳ ଧରିବା ସମୟରେ ଅଜଣା ପୋକ ଲାଗି ମକା ଫସଲ ନଷ୍ଟ ହେବାରେ ଲାଗିଲାଣି। ବ୍ଳକର ଅଡ଼ବା,ଅନ୍ତରବା, ବାଢ଼େଇପୁର, ଗୁଣ୍ଡୁରିଗୁଡା, ପାଣିଗଣ୍ଡା, ଖଣି, ଭଳି ଅନେକ ଗ୍ରାମରେ ମକା ଫସଲ ନଷ୍ଟ ହେବାରେ ଲାଗିଛି। ବୁଧବାର ଦିନ ପାରଳାଖେମୁଣ୍ଡିଠାରେ ହୋଇଥିବା ଜିଲ୍ଲା ପରିଷଦ ବୈଠକରେ ଅଡ଼ବା ଜୋନ ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ କୃଷି ସମ୍ବନ୍ଧୀୟ ଏକ ପ୍ରସ୍ତାବ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଅଡ଼ବା ଅଞ୍ଚଳରେ ଚାଷୀ ସରକାରଙ୍କ କୌଣସି ପ୍ରକାର ସୁବିଧା ପାଉନଥିବା ଅଭିଯୋଗ କରିଥିଲେ। ଚାଷୀମାନଙ୍କୁ ଯଦି ସରକାରୀ ସୁବିଧା ନ ମିଳେ ତେବେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories