www.samajalive.in
Monday, December 15, 2025
17.1 C
Bhubaneswar

ଶୀତଳ ଭଣ୍ଡାରରେ ‘ଇ-ଯାନ’ ନୀତି : ୫ ରାଜ୍ୟରେ କାର୍ଯ୍ୟକାରୀ; ଓଡ଼ିଶାରେ କେବେ ?

ଭୁବନେଶ୍ୱର : ଦୈନନ୍ଦିନ ଜନସଂଖ୍ୟା ସହ ମୋଟରଯାନ ସଂଖ୍ୟା ବଢ଼ୁଛି। ଏଥିଯୋଗୁଁ ଦେଶର ପ୍ରଦୂଷଣ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ‘ଇ-ଯାନ’ ନୀତି ଆପଣାଯାଇଛି। ଦିଲ୍ଲୀ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଭଳି ବହୁ ରାଜ୍ୟ ‘ଇ-ଯାନ’ ନୀତି ଆପଣାଇବା ସହିତ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି। କେଉଁ ରାଜ୍ୟରେ ଏହାର ଚାରିଚକିଆ ଯାନ କ୍ରୟ ଉପରେ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ୍ କରାଯିବା ସହିତ ଗାଡି ପଞ୍ଜୀକରଣ ଓ ଟିକସ ଛାଡ୍ କରାଯାଉଛି ତ କେରଳ ଭଳି କେତେକ ରାଜ୍ୟରେ ୨୦୨୨ ସୁଦ୍ଧା ୧ଲକ୍ଷ ଯାନ ଗଡାଇବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଛି। ଏହାବାଦ୍ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ହେଲେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ‘ଇ-ଯାନ’ ନୀତି ନଥି ଖାଲି ତଳ ଉପର ହେଉଛି। ଇତିମଧ୍ୟରେ ଅର୍ଥ ବିଭାଗକୁ ୩ଥର ଫାଇଲ ପଠାଗଲାଣି, ହେଲେ ବିଭାଗର ଅନୁମୋଦନ ମିଳୁନାହିଁ। ଯେଉଁଥିପାଇଁ ରାଜ୍ୟରେ ‘ଇ-ଯାନ’ ନୀତି କାର୍ଯ୍ୟକାରୀ ହୋଇପାରୁ ନ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚଳିତବର୍ଷ ଫେବୃଆରୀରୁ ଏନେଇ ଏକ ସଂକଳ୍ପନାମା ପାରିତ ହୋଇଥିଲା। ସେଥିରେ ନୀତି ଆୟୋଗର ପରାମର୍ଶକୁ ଆଧାରକରି ରାଜ୍ୟରେ ‘ଇ-ଯାନ’ ନୀତି କାର୍ଯ୍ୟକାରୀ କରାଯିବାକୁ ରହିଛି। ୨୦୩୦ ସୁଦ୍ଧା ୩୫ ପ୍ରତିଶତ ଇ-ଯାନ ପ୍ରଚଳନ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ କୁହାଯାଇଛି। ଗତ ୪ବର୍ଷ ମଧ୍ୟରେ ୨୬ଲକ୍ଷ ୨୨ହଜାର ୮୯ଟି ଯାନ ପଞ୍ଜିକୃତ ହୋଇସାରିଲାଣି। ଯେଉଁଥିରେ ଦୁଇଚକିଆ ଯାନ ସଂଖ୍ୟା ଅଧିକ ରହିଛି। ରାଜ୍ୟ ସରକାର ଆସନ୍ତା ୨୦୨୫ ସୁଦ୍ଧା ୨୦ପ୍ରତିଶତ ଇ-ଯାନ ଚଳାଚଳ କରିବା ପାଇଁ ଆଭିମୁଖ୍ୟ ରଖିଛନ୍ତି। ଏହାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ କମିଟି ଗଠନ ହୋଇଛି। ଯେଉଁଥିରେ ବାଣିଜ୍ୟ aଓ ପରିବହନ ବିଭାଗ ସଚିବ ଆବାହକ ରହିଥିବାବେଳେ ଯୋଜନା ଓ ସଂଯୋଜନା ବିଭାଗ ସହିତ ଅର୍ଥ, ନଗର ଉନ୍ନୟନ, ଶକ୍ତି, ଦକ୍ଷତା ବିକାଶ ବିଭାଗର ସଚିବମାନେ ସଭ୍ୟ ରହିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଚକିଆ ଗାଡିରେ ୫ହଜାର, ତିନି ଚକିଆରେ ୧୨ହଜାର ଏବଂ ଚାରି ଚକିଆରେ ୧ଲକ୍ଷ ଟଙ୍କାର
ରିଆତି ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ସରକାରୀ ଓ ବିଭିନ୍ନ ଉଦ୍ୟୋଗର ଚାକିରିଆଙ୍କ କ୍ଷେତ୍ରରେ ବିନା ସୁଧରେ ଯାନ ଋଣ ଯୋଗାଇ ଦେବାକୁ ସରକାର ପ୍ରସ୍ତାବରେ ରଖିଛନ୍ତି। ଘଣ୍ଟାକୁ ୪୦ କିମି ବେଗରେ ଏହି ଯାନ ଗତି କରିବ ଏବଂ ୩ ବର୍ଷ ପର୍ଯ୍ୟନ୍ତ ବ୍ୟାଟେରୀରେ ପ୍ରତିଶ୍ରୁତି ପତ୍ର(ୱାରେଣ୍ଟି)ଦେବାକୁ ସ୍ଥିର କରାଯାଇଛି। ଏହାବାଦ୍ ଯାନ ପଞ୍ଜୀକରଣ ଓ ଟିକସ ଛାଡ୍ କରିବା ଭଳି ପ୍ରସ୍ତାବରେ ରହିଛି। ଏହାସହିତ ରାଜ୍ୟରେ ଯେଉଁମାନେ ଇ-ଯାନ ଉତ୍ପାଦନ କରିବେ ସେମାନଙ୍କୁ ମଧ୍ୟ କେତେକ ରିଆତି ଯୋଗାଇ ଦିଆଯିବ। ହେଲେ ସବୁ ସଂକଳ୍ପ କାଗଜକଲମରେ ରହିଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ନୀତିର ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ବାରମ୍ବାର ଯାଉଛି, ହେଲେ ବିଭିନ୍ନ ଆଳ ଦେଖାଇ ପୁଣି ଲେଉଟି ଆସୁଛି। ଇତିମଧ୍ୟରେ ତିନିଥର ଅର୍ଥବିଭାଗକୁ ନଥି(ଫାଇଲ) ଯାଇ ଫେରି ଆସିଲାଣି। ଯଦି ଏହାକୁ ସରକାର ଗୁରୁତ୍ବ ଦିଅନ୍ତି ତେବେ ଦଶହରା ପୂର୍ବରୁ ଇ-ଯାନ ନୀତି ଓଡ଼ିଶା କାର୍ଯ୍ୟକାରୀ କରିବାରେ ସଫଳ ହୋଇପାରିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories