www.samajalive.in
Sunday, December 14, 2025
19.1 C
Bhubaneswar

ଓଡ଼ିଆ ଯବାନଙ୍କୁ ପୁରସ୍କୃତ କଲା ସିଆଇଏସ୍‌ଏଫ୍‌

ମୁମ୍ବଇ : ମୁମ୍ବଇ ବିମାନବନ୍ଦରରେ ବଲିଉଡ ଅଭିନେତା ସଲମାନ ଖାଁଙ୍କୁ ଅଟକାଇବା ପୂର୍ବକ ସୁରକ୍ଷା ଯାଞ୍ଚ ଲାଗି କହିଥିବା ଓଡିଆ ସିଆଇଏସଏଫ୍ ଅଧିକାରୀ (ଏଏସ୍‌ଆଇ) ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି। ବୁଧବାର କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ୍) ଏହାର ଟ୍ବିଟରରେ ସୋମନାଥଙ୍କୁ ପୁରସ୍କୃତ କରାଯାଇଥିବା ନେଇ ଉଲ୍ଲେଖ କରିଛି। ସୋମନାଥଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଦଣ୍ଡିତ କରାଯାଇଥିବା ନେଇ ଭୁଲ୍ ରିପୋର୍ଟ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବାବେଳେ ସିଆଇଏସ୍‌ଏଫ୍‌ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି। ସିଆଇଏସ୍‌ଏଫ୍ କହିଛି ଯେ ସୋମନାଥଙ୍କ ଦୃଷ୍ଟାନ୍ତମୂଳକ ବୃତ୍ତିଗତ କାର୍ଯ୍ୟ ଲାଗି ତାଙ୍କୁ ପୁରସ୍କୃତ କରାଯାଇଛି। ତାଙ୍କ ଉପରେ କୌଣସି ପ୍ରକାର ଦଣ୍ଡବିଧାନ କରାଯାଇ ନାହିଁ। ତେବେ ଗଣମାଧ୍ୟମରେ ତାଙ୍କୁ କହିବାରୁ ନିବୃତ୍ତ ରଖିବା ଲାଗି ତାଙ୍କ ମୋବାଇଲ ଫୋନକୁ ଜବତ କରାଯାଇଥିଲା। ସୂଚନାଯୋଗ୍ୟ ଗତ ୨୧ ତାରିଖରେ ହିନ୍ଦୀ ସିନେମା ‘ଟାଇଗର-୩’ ସୁଟିଂ ପାଇଁ ରୁଷ୍ ଯିବା ଲାଗି ସଲମାନ୍‌, ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଇମ୍ରାନ ହାସ୍‌ମି ମୁମ୍ବଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ସୋମନାଥ ସଲମାନଙ୍କୁ ଅଟକାଇବା ପୂର୍ବକ ସୁରକ୍ଷା ଚେକପଏଣ୍ଟର ଅନୁମୋଦନ (କ୍ଲିୟରାନ୍ସ) ପାଇଁ କହିଥିଲେ। ସଲମାନ୍‌ ଯବାନଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ପଛକୁ ଫେରି ଯାତ୍ରୀଙ୍କ ଧାଡ଼ିରେ ଆସି ତନଖି ପରେ ବିମାନ ଅଭିମୁଖେ ଯାତ୍ରା କରିଥିଲେ। ସୋମନାଥଙ୍କ ଏପରି କାର୍ଯ୍ୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories