www.samajalive.in
Monday, December 15, 2025
27.1 C
Bhubaneswar

ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଉଦ୍‌ବୋଧନ ଦେବେ ଆରତି

ଭୁବନେଶ୍ୱର : ପଞ୍ଚାୟତିରାଜ ବ୍ୟବସ୍ଥା କ’ଣ ଏବଂ ତୃଣମୂଳସ୍ତରରେ ଏଥିପ୍ରତି ଯୁବପିଢ଼ି କିଭଳି ଆକୃଷ୍ଟ ହେବେ ସେ ନେଇ ଜମ୍ମୁକାଶ୍ମୀରର ଶ୍ରୀନଗରଠାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ରହିଛି। ଚଳିତମାସ ୩୧ ରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାର ଆରତୀ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏନେଇ ଲୋକସଭା କାର୍ଯ୍ୟାଳୟର ନିର୍ଦେଶକ ଡ. ସୀମା କୌଲ ସିଂ ପତ୍ର ଲେଖି ଆରତି ଦେବୀଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀମତୀ ସିଂ ଦର୍ଶାଇଛନ୍ତି ଯେ ଉକ୍ତଦିନ ଅପରାହ୍ନ ୧ଟାରେ ଜାତୀୟସ୍ତରର ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଗ୍ରାମାଞ୍ଚଳରେ ମହିଳାମାନେ କିଭଳି ସଶକ୍ତିକରଣ ହୋଇପାରିବେ ଏବଂ ସେମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡ ବୃଦ୍ଧି ହୋଇପାରିବ ସେନେଇ ଆରତୀ ଉଦବୋଧନ ଦେବେ। ଲୋକସଭା ବାଚସ୍ପତି ଶ୍ରୀ ବିର୍ଲାଙ୍କ ପକ୍ଷରୁ ପ୍ରଥମେ ଚଳିତବର୍ଷ ଜାନୁଆରୀ ୮ରେ ଏବଂ ପରେ ଫେବୃଆରୀ ୨୬ରେ ଦୁଇଟି ସମ୍ମିଳନୀ ହୋଇସାରିଛି। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶାର ଏକ ନିପଟ ମଫସଲ ନାରୀ ଶକ୍ତି କିଭଳି ପ୍ରଗତି କ୍ଷେତ୍ରରେ ଆଗକୁ ବଢ଼ିବେ ସେ ନେଇ ଦୃଷ୍ଟାନ୍ତମୂଳକ ଉଦାହରଣ ଦେବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୨ରେ ଆରତୀ ଦେବୀ ବ୍ୟାଙ୍କ ଚାକିରି ଛାଡି ଲୋକଙ୍କ ସେବା କରିବା ପାଇଁ ସରପଞ୍ଚ ନିର୍ବାଚିତ ହୋଇଥିଲେ। ସେତେବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନିମନ୍ତ୍ରଣକ୍ରମେ ଅର୍ନ୍ତଜାତୀୟସ୍ତରୀୟ ଏକ ‘ନେତୃତ୍ୱ ସମ୍ମିଳନୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେଇଥିଲେ। ପରେ ଏମଆଇଟି ପୁନେ ପକ୍ଷରୁ ୨୦୧୫ରେ ତାଙ୍କୁ ଆଦର୍ଶ ସରପଞ୍ଚ ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ଜାତୀୟସ୍ତରରେ ଗ୍ରାମାଞ୍ଚଳର ବିକାଶ ପାଇଁ ଲଣ୍ଡନରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ୨୦୧୬ରେ ଯୋଗଦେଇଥିବା ସୁଶ୍ରୀ ଦେବୀ କହିଛନ୍ତି। ଏହାବାଦ୍ ୧୪ତମ ପଂଚଦଶ ଅର୍ଥ ଆୟୋଗଙ୍କ ତଥ୍ୟରେ ଆରତୀଙ୍କ ପରାମର୍ଶକୁ ଗୁରୁତ୍ୱ ଦିଆଯାଇ ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳାଙ୍କ ବିକାଶ ଉପରେ ବିଭିନ୍ନ ଖସଡ଼ା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories