ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ବଦଳିଛି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି। ଦୁଇ ଦିନ ପୂର୍ବେ ଆଇନ ଛାତ୍ରଛାତ୍ରୀ ମୁଖ୍ୟ ଫାଟକ ଓ କୁଳପତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପରେ କର୍ତ୍ତୃପକ୍ଷ ପରୀକ୍ଷା ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ୪ ମହାବିଦ୍ୟାଳୟର ଆଇନ ଛାତ୍ରଛାତ୍ରୀଙ୍କ ଅଧିବେଶନ (ସେମିଷ୍ଟର) ପରୀକ୍ଷା ସଞ୍ଚାର ମାଧ୍ୟମ(ଅନ୍ଲାଇନ୍)ରେ ଅନୁଷ୍ଠିତ ହେବ। ଏନେଇ ବୁଧବାର ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ରାଜଧାନୀସ୍ଥିତ ବିଶ୍ବବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ବାଣୀବିହାର, କ୍ୟାପିଟାଲ ଆଇନ ମହାବିଦ୍ୟାଳୟ, କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଏବଂ ଦି ଲ’ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଞ୍ଚାର ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ। ସପ୍ତମ ଓ ତୃତୀୟ ଅଧିବେଶନ ପରୀକ୍ଷା ଆସନ୍ତା ୩ ତାରିଖରୁ ୯ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ସେପ୍ଟେମ୍ବର ୧୩ରୁ ୧୮ ମଧ୍ୟରେ ପଞ୍ଚମ ଓ ପ୍ରଥମ ଅଧିବେଶନ ପରୀକ୍ଷା ହେବ। ଅକ୍ଟୋବର ୨୫ ପରେ ଅନ୍ୟ ଅଧିବେଶନ ପରୀକ୍ଷା ହେବ। ତେବେ ଅକ୍ଟୋବରର ପରୀକ୍ଷା କିଭଳି ହେବ ସେ ନେଇ ନିଷ୍ପତ୍ତି ନିଆଯାଇନି। ଉତ୍କଳ ବିଶ୍ବବିଦ୍ୟାଳୟ ୪ ଶିକ୍ଷାନୁଷ୍ଠାନର ପରୀକ୍ଷା ଠିକ୍ ସମୟରେ କରି ନ ଥିଲା। ତରବରିଆ ଭାବେ ୬ ମାସରେ ୪ଟି ସେମିଷ୍ଟର(ଅଧିବେଶନ) ଶ୍ରେଣୀଗୃହ (ଅଫ୍ଲାଇନ)ରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ବିଦ୍ୟାର୍ଥୀ ବିରୋଧ କରିଥିଲେ। ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାବି ପତ୍ର ଦେବା ସହ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରୀକ୍ଷା ପରିବେର୍ତ୍ତ ପୂର୍ବ ସେମିଷ୍ଟର(ଅଧିବେସନ) କିମ୍ବା ଇଣ୍ଟରନାଲରେ ଥିବା ଅଙ୍କ(ଆଭ୍ୟନ୍ତରଣ ମୂଲ୍ୟାୟନ) ଆଧାରରେ ମୂଲ୍ୟାୟନ କରିବା କିମ୍ବା ସଞ୍ଚାର ମାଧ୍ୟମ(ଅନ୍ଲାଇନ୍)ରେ ପରୀକ୍ଷା ପାଇଁ ଆନ୍ଦୋଳନାକାରୀ ଛାତ୍ରଛାତ୍ରୀ ଦାବି କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି କହିଛନ୍ତି କରୋନା ଯୋଗୁଁ ପରୀକ୍ଷା ସବୁଆଡ଼େ ବିଳମ୍ବ ହୋଇଥିଲା। ବୈଠକରେ ପରୀକ୍ଷା ସଞ୍ଚାର ମାଧ୍ୟମ(ଅନ୍ଲାଇନ୍)ରେ କରିବା ନେଇ ନିଷ୍ପତ୍ତି ନିଆଯାଇଛି।
ସଞ୍ଚାର ମାଧ୍ୟମରେ ୪ ଆଇନ ଶିକ୍ଷାନୁଷ୍ଠାନ ସ୍ନାତକ ପରୀକ୍ଷା
Popular Categories



