ନଦୀରେ କାର୍‌ ଖସିପଡି ଗୋଟିଏ ପରିବାରର ୫ ମୃତ

0

ଗୌହାଟୀ .-  ଆସାମର ଗୌରୀ ସାଗରର ଦିଖୋଓ୍ୱମୁଖରେ ଏକ କାର୍‌ ଖସି ପଡିବାରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶନିବାର ରାତିରେ ନଦୀ ବନ୍ଧ ଉପରେ ଏକ କାର ଭାରସାମ୍ୟ ହରାଇ ନଦୀ ଭିତରକୁ ଖସିପଡ‌ିଥିଲା । ଏହି କାର୍‌ରେ  ହରେନ୍‌ ବୋରା ତାଙ୍କ ପତ୍ନୀ ,ଦୁଇ ଝିଅ ଓ ମାଆ ଥିଲେ । ସେମାନେ ଗୌହାଟୀରୁ ଯାଉଥିବା ସମୟରେ କାର୍‌ଟି ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡିଥିଲା । ଏହି ଖବର ମିଳିବା ପରେ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଦେଖଣାହାରୀଙ୍କ ଅନୁସାରେ କାର୍‌ଟି ନଦୀରେ ଖସି ପଡିବା ପରେ ଭାସିଥିଲା । ଏହାପରେ ସେଥିରେ ଥିବା ଲୋକ ଉଦ୍ଧାର ପାଇଁ ଚିତ୍କାର କରିଥିଲେ । ପ୍ରବଳ ବର୍ଷା ଯୋଗୁଁ ପ୍ରଖର ସୁଅ ଥିଲା । ସ୍ଥାନୀୟ ଲୋକ ପାଣିରେ ପଶି କାର୍‌ କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ମାତ୍ର କାର୍‌ କାଚ ଭାଙ୍ଗି ନ ଥିଲା । କାର୍‌ଟି ପାଣିରେ ପ୍ରାୟ ୨୦୦ ଶହ ମିଟର ଭିତରକୁ ଭାସି ଯିବା ସହ ବୁଡିଯାଇଥିଲା । ସେଠାରେ ସ୍ୱତନ୍ତ୍ର ରିଲିଫ ଉଦ୍ଧାରକାରୀ ଦଳ ପହଞ୍ଚି ଥିଲେ ମଧ୍ୟ ତାଙ୍କ ବୋଟ୍‌ କାମ କରି ନ ଥିଲା । କାରଟି ବୁଡିଯିବାରୁ ସେଥିରେ ଥିବା ୫ ଜଣ ବୁଡିଯାଇ ପ୍ରାଣ ହରାଇଛନ୍ତି ।

Leave A Reply