www.samajalive.in
Monday, December 15, 2025
15.1 C
Bhubaneswar

ଦଶମ ପରୀକ୍ଷାରେ ବିଧାୟକ ଉତ୍ତୀର୍ଣ୍ଣ

ସୋରଡ଼ା: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ) ଶ୍ରେଣୀଗୃହ ପରୀକ୍ଷାରେ ୬୮ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ରାଜ୍ୟରେ ଜୁଲାଇ ମାସରେ ଶ୍ରେଣୀ ଗୃହରେ ଦଶମ ପରୀକ୍ଷା ​‌ଅନୁଷ୍ଠିତ ହୋଇଥିଲା। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ଦେଇଥିଲେ। ୫ ଗୋଟି ବିଷୟରେ ମୋଟ ୫୦୦ ନମ୍ବର ମଧ୍ୟରୁ ୩୪୦ ନମ୍ବର ଅର୍ଥାତ୍‍ ୬୮ ପ୍ରତିଶତ ରଖି ବି-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ପରୀକ୍ଷା ଫଳ ନେଇ ଖୁସି ଥିବା ସହିତ ଉଚ୍ଚ ଶିକ୍ଷା ଜାରି ରହିବ ବୋଲି ବିଧାୟକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟଯେ, ଲଗାତାର ତିନିଥର ବିଧାୟକ ନିର୍ବାଚିତ ପୂର୍ଣ୍ଣଚନ୍ଦ୍ର ୨୦୦୯ରୁ ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଦେଇଥିବା ସତ୍ୟପାଠରେ ଭିନ୍ନଭିନ୍ନ ଶିକ୍ଷାଗତ ଯୋଗ୍ୟତା ଦର୍ଶାଇଥିଲେ। ଯାହାକୁ ନେଇ ବିରୋଧୀ ତାଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କଠାରେ ଫେରାଦ ହୋଇଥିଲେ। ୨୦୦୯ ନିର୍ବାଚନରେ ମାଟ୍ରିକ, ୨୦୧୪ରେ ୯ମ ଏବଂ ୨୦୧୯ ନିର୍ବାଚନରେ ମଧ୍ୟ ସେ ନବମ ଶ୍ରେଣୀ ପାଠ ପଢିଥିବା ସତ୍ୟପାଠରେ ଦର୍ଶାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories