www.samajalive.in
Monday, December 15, 2025
14.1 C
Bhubaneswar

ବିପିୟୁଟି ଫଳ ପ୍ରକାଶ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଦ୍ବାରା ପରିଚାଳିତ ବିଭିନ୍ନ ବୈଷୟିକ ପାଠ୍ୟକ୍ରମ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ବିପିୟୁଟି ୱେବସାଇଟ୍‌ (www.bputexam.in)ରେ ଫଳ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ୱେବସାଇଟ୍‌ରୁ ଫଳ ଜାଣିପାରିବେ। ଏ ସଂକ୍ରାନ୍ତରେ ବିପିୟୁଟି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆର୍କିଟେକ ପାଠ୍ୟକ୍ରମ ବି.ଆର୍କର ୬ଷ୍ଠ, ୮ମ ଏବଂ ୧୦ମ ସେମିଷ୍ଟର, ବି.ପ୍ଲାନର ୮ମ ସେମିଷ୍ଟର ଓ ଏମ୍‌.ଆର୍କର ୬ଷ୍ଠ ସେମିଷ୍ଟର ଫଳ ପ୍ରକାଶ ପାଇଛି।

ସେହିପରି ସିଏ ଓ ଏସ୍‌ ପାଠ୍ୟକ୍ରମର ଏମ୍‌.ଏସ୍‌ସିର ୪ର୍ଥ ସେମିଷ୍ଟର ଓ ଏମ୍‌.ଏସ୍‌ସି (ଇଣ୍ଟିଗ୍ରେଟେଡ)ର ୧୦ମ ସେମିଷ୍ଟର ଫଳ ପ୍ରକାଶ ପାଇଛି। ଇଞ୍ଜିନିୟରିଂ ପାଠ୍ୟକ୍ରମ ଏମ୍‌. ଟେକର ୪ର୍ଥ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶିତ ହୋଇଛି। ପରିଚାଳନା ପାଠ୍ୟକ୍ରମର ଏମ୍‌ବିଏର ୪ର୍ଥ ସେମିଷ୍ଟର, ଏମ୍‌ବିଏ (ପାର୍ଟ ଟାଇମ୍)ର ୪ର୍ଥ ଓ ୬ଷ୍ଠ ସେମିଷ୍ଟର, ଆଇ-ଏମ୍‌ବିଏର ୬ଷ୍ଠ, ୮ମ ଓ ୧୦ମ ସେମିଷ୍ଟର ଫଳ ବାହାରିଛି। ଫାର୍ମାସୀ ପାଠ୍ୟକ୍ରମ ବି.ଫାର୍ମାର ୬ଷ୍ଠ ଓ ୮ମ ସେମିଷ୍ଟର ଓ ଏମ୍‌. ଫାର୍ମାର ୪ର୍ଥ ସେମିଷ୍ଟର ଫଳ ପ୍ରକାଶ ପାଇଛି।

- Advertisement -

ଏହି ପରୀକ୍ଷା ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନଲାଇନ୍) ମାଧ୍ୟମରେ ହୋଇଥିଲା। ଆସନ୍ତାକାଲି (ବୁଧବାର)ଠାରୁ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ୱେବସାଇଟକୁ ଯାଇ ଅନଲାଇନ୍‌ରେ ବାହାର କରିପାରିବେ ବୋଲି ବିପିୟୁଟି ପକ୍ଷରୁ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories