ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ସମାରୋହ

0

ପିପିଲି : ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ୧୮୫ଜଣ ଶିଶୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ ଯୋଗଦେଇ ନିଜର ଛାତ୍ର ଜୀବନର ସ୍ମୃତିକୁ ମନେପକାଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଭଲମଣିଷ ଓ ଦେଶଭକ୍ତ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନା ଆଚାର୍ଯ୍ୟ ନେତ୍ରାନନ୍ଦ ଜେନା, ପରିଚାଳନା କମିଟି ସଭାପତି ବୃନ୍ଦାବନ ଜେନା, ଉପସଭାପତି ରାମଚନ୍ଦ୍ର ଦାଶ, ସଂପାଦକ ପ୍ରଭାକର ପଣ୍ଡା, ଯୁଗ୍ମ ସଂପାଦକ ମନୋଜ କୁମାର ପ୍ରଧାନ, ସୁରେନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ମହେଶ୍ୱର ମହାପାତ୍ର ଓ ନିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଜନ୍ମାଷ୍ଟମୀ ଉତ୍ସବ ପାଳନର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଉପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଗୀତିନାଟ୍ୟ ପରିବେଷଣ କରାଯାଇଥିବା ବେଳେ ଶ୍ରୀକୃଷ୍ଣ ବେଶଧାରୀ ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା।

Leave A Reply