www.samajalive.in
Monday, December 15, 2025
15.1 C
Bhubaneswar

ଯୁବ ରେଡକ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର : ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟଶାଖା ଭୁବନେଶ୍ୱରର ନିର୍ଦ୍ଦେଶକ୍ରମେ ନବରଂଗପୁର ମହାବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଯାଇଛି । ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଯୁବ ରେଡକ୍ରସର ଅଧ୍ୟକ୍ଷ ଡଃ ବିନୋଦ ଚନ୍ଦ୍ର ନାୟକ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବାବେଳେ ଜିଲ୍ଲା ଯୁବ ରେଡକ୍ରସ ଆବାହକ ଡ଼ଃ ଭାସ୍କର ନାଥ ବିଶ୍ଵାଳ. ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଅଖିଳ କୁମାର ଭଟ୍ଟ ଏନ ଏସ ଏସ ଜିଲ୍ଲାକାର୍ଯ୍ୟକ୍ରମ ଅଧିକାରୀ ଶମ୍ଭୁ ହୋତା, କାଉନସିଲର ଅଧ୍ୟାପକ ଦିଲ୍ଲୀପ ହୋତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିବାଲେ। ଡ଼ଃ ରଂଜନ କୁମାର ସ୍ବାଇଁ, ଡ଼ଃ ସଂଯୁକ୍ତା ପଣ୍ଡା, ଅଧ୍ୟାପିକା ନିର୍ମଳା ହିକା ପ୍ରମୁଖ ସମ୍ୱଳ ପ୍ରଶିକ୍ଷକ ଭାବେ ଯୋଗଦେଇ ଯୁବ ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ ଯଥା ବୃକ୍ଷରୋପଣ ରକ୍ତଦାନ ଶିବିର ଆୟୋଜନ, ପ୍ରାଥମିକ ଚିକିତ୍ସା ତାଲିମ କର୍ଯ୍ୟକ୍ରମ, ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନରେ ନବରଂଗପୁର ଜିଲ୍ଲାରେ ଥିବା ସମସ୍ତ ୪୩ ଗୋଟି ମହାବିଦ୍ୟାଳୟରେ ଯୁବ ରେଡକ୍ରସ  କାର୍ଯ୍ୟକ୍ରମ ସକ୍ରିୟ କରିବା ପାଇଁ ଅତିଥି ମାନେ ମତ ଦେଇ ଥିଲେ । ତତ୍ ସହିତ ଚଳିତ ବର୍ଷ ଯୁବ ରେଡକ୍ରସ୍ ସ୍ବେଛାସେବୀ ମାନଙ୍କ ପାଇଁ କୋଭିଡ ନିୟମ ଅନୁଯାୟୀ କ୍ଳଷ୍ଟର ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର କରାଗଲା । ଅଧ୍ୟାପିକା ରଜନୀ ମିଞ୍ଜ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲର ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ କର୍ମଚାରୀ ସହଯୋଗ କରିଥିଲେ ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories