www.samajalive.in
Tuesday, December 9, 2025
23.1 C
Bhubaneswar

ରେଳମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଆରପିଏଫ ସୁରକ୍ଷା କର୍ମୀ ସୁମନ ଦେବୀ

ଦେଶବ୍ୟାପୀ ଚାଲିଥିବା ଜନ ଆଶୀର୍ବାଦ ଯାତ୍ରା କ୍ରମରେ ଓଡ଼ିଶାରେ ଆଜି ଚତୁର୍ଥ ଦିନରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କଳାହାଣ୍ଡି ଗସ୍ତରେ ଯିବା ପୂର୍ବରୁ ରେଳବାଇ ସୁରକ୍ଷା ବଳରେ କାର୍ଯ୍ୟରତ କନଷ୍ଟେବଳ ସୁମନ ଦେବୀ ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ମନ୍ତ୍ରୀ ଶ୍ରୀ ବୈଷ୍ଣବ ରକ୍ଷା ବନ୍ଧନ ପର୍ବ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଓଡିଶା କୃଷି ଓ କୃଷକର ମାଟି। ଏଠାରେ ଗୋ-ପୂଜନର ପରମ୍ପରା ମଧ୍ୟ ରହିଛି। ଓଡ଼ିଶାରେ ବଡ଼ ଠାକୁର ବଳଭଦ୍ର ଜନ୍ମ ଉତ୍ସବ ମହତ୍ତ୍ୱପୂର୍ଣ୍ଣ। ମୁଁ ବଳଭଦ୍ର ଜନ୍ମ ଉତ୍ସବ ଓ ରକ୍ଷାବନ୍ଧନ ଅବସରରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଜଣାଉଛି।

- Advertisement -

ସୁମନ ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ଦୂରରେ ଥିବାରୁ ଭାଇକୁ ରାକ୍ଷୀ ବାନ୍ଧି ପାରିନଥିଲି ତେଣୁ ମନରେ କଷ୍ଟ ଥିଲା ତେବେ ଆଉ ଜଣେ ଭାଇଙ୍କୁ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି।’

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories