www.samajalive.in
Sunday, December 7, 2025
23.1 C
Bhubaneswar

ସୁନ୍ଦର ଓଠର ରହସ୍ୟ ଲବଙ୍ଗ

ସୌନ୍ଦର୍ୟ୍ୟ ପାଇଁ ଓଠରେ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ଓଠର ଯତ୍ନ ନେବା ନିହାତି ଆବଶ୍ୟକ । ଯାହା ଦ୍ବାରା ଓଠର ପ୍ରାକୃତିକ ରଙ୍ଗ ବଜାୟ ରହିବ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଓଠର ଯତ୍ନ ନେବାର ଉପାୟ ।

ଲବଙ୍ଗ- ଓଠରୁ କଳାପଣ ଦୂର କରିବାରେ ଲବଙ୍ଗ ବେଶ୍ ଉପଯୋଗୀ । ପ୍ରଥମେ ୩ରୁ ୪ଟି ଲବଙ୍ଗକୁ ତାଓ୍ବାରେ ନାଲି ହେବାଯାଏ ଭାଜି ଦିଅନ୍ତୁ । ଏହାକୁ ଗୁଣ୍ଡ କରି ସେଥିରେ ଅଧା ଚାମଚ ମହୁ ଏବଂ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ପ୍ରତ୍ୟହ ଶୋଇବା ସମୟରେ ଓଠରେ ଲଗାନ୍ତୁ ।
ଲେମ୍ବୁ- ଲବଙ୍ଗ ବ୍ୟତୀତ ଲେମ୍ବୁ ମଧ୍ୟ ଓଠର କଳାପଣ ଦୂର କରିବାରେ ସହାୟକ ହୋଇଥାଏ । ସକାଳେ ଏବଂ ସନ୍ଧ୍ୟାରେ କଟା ଲେମ୍ବୁକୁ ଧୀରେଧୀରେ ଓଠରେ ଘଷିଲେ ଏହାର କଳାପଣ ଦୂର ହୋଇଥାଏ ।

- Advertisement -

କଞ୍ଚା କ୍ଷୀର ଓ କେଶର- ଓଠର କଳାପଣ ଦୂର କରିବା ପାଇଁ କଞ୍ଚା କ୍ଷୀର ଓ କେଶରର ମିଶ୍ରଣକୁ ବ୍ୟବହାର କରାଯାଇ ପାରିବ । ଏହି ମିଶ୍ରଣକୁ ଲଗାଇବା ଦ୍ବାରା ଓଠର କଳାପଣ ଦୂର ହେବା ସହ ପୂର୍ବାପେକ୍ଷା ଓଠ ଅଧିକ କୋମଳ ଓ ଉଜ୍ଵଳ ହୋଇଥାଏ ।

ସ୍କ୍ରବ୍ : ନିୟମିତ ୨ବା ୩ଦିନ ବ୍ୟବଧାନରେ ଓଠକୁ ସ୍କ୍ରବ୍ କରିବାକୁ ଭୁଲନ୍ତୁ ନାହିଁ । ସ୍କ୍ରବ୍ ପାଇଁ ଅଳ୍ପ ଚିନି ନେଇ ସେଥିରେ କିଛି ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ଏବେ ଏହି ମିଶ୍ରକୁ ଆଙ୍ଗୁଳି ସାହାଯ୍ୟରେ ନେଇ ଓଠରେ ଧୀରେଧୀରେ ଘସନ୍ତୁ । କିଛିଦିନ ବ୍ୟବଧାନରେ ନିୟମିତ ଏଭଳି କରିବା ଦ୍ବାରା ଓଠର ଚମକ ଫେରି ଆସେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories