www.samajalive.in
Monday, December 15, 2025
24.1 C
Bhubaneswar

ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକର ମୃତ୍ୟୁ

କଲମପୁର : କଳାହାଣ୍ଡିରେ ଅନ୍ତ ହେଉ ନାହିଁ ଦାଦନ ସମସ୍ୟା। ଦିନକୁ ଦିନ ଜଟିଳ ହେଉଛି ପରିସ୍ଥିତି । କେତେବେଳେ ଶ୍ରମିକ ଦାଦନ ଖଟିବାକୁ ଯାଇ ହାତ ଗୋଡ କାଟି ନିର୍ଯ୍ୟାତିତ ହେଇ ଫେରୁଛି ତ କେତେବେଳେ ଶବ ହେଇ ଫେରୁଛି । ପୁଣି କେତେ ବେଳେ ସବୁ ଦିନ ପାଇଁ ନିଖୋଜ ହେଇ ରହିଯାଉଛି । ନିକଟରେ କଲମପୁର ବ୍ଲକ ଭଇଁରୀ ଗ୍ରାମର ଜଣେ ଯୁବ ଶ୍ରମିକର ଶବ ଫେରିଥିବା ବେଳେ ଗୁରୁବାର ପୁଣି ଏଭଳି ଅନ୍ୟ ଏକ ଘଟଣା କଲମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଚେନ୍ନାଇ ସ୍ଥିତ କେକେ ନଗର ଠାରେ ଥିବା ବାଇସିଆନ କମ୍ପାନିରେ ଗତ କିଛି ଦିନ ଧରି କାମ କରୁଥିବା କଲମପୁର ବ୍ଲକ ଅଧିନସ୍ଥ ତୋତ୍ରାଗୁଡା ଗ୍ରାମର ଦେବାନନ୍ଦ ନାଗ ନାମକ ୪୫ ବର୍ଷିୟ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶ୍ରମିକ ଜଣକ ଗତ କିଛି ଦିନ ତଳେ ନିକଟସ୍ଥ ଜଣେ ଦଲାଲଙ୍କ ମାଧ୍ୟମରେ ବ୍ରହ୍ମପୁର ଓ ପରବର୍ତ୍ତି ସମୟରେ ଚେନ୍ନାଇର କେକେ ନଗର ଠାରେ ବାଇସିଆନ କମ୍ପାନି ନିକଟରେ ଶ୍ରମିକ ଭାବେ କାମ କରୁଥଲେ। ଦେବାନନ୍ଦଙ୍କ ମୃତ୍ୟୁ ହେଇଥିବା ପରିବାର ଲୋକଙ୍କୁ ସୁଚନା ମଳିବା ପରେ ପରିବାର ତରଫରୁ ସମ୍ପୃକ୍ତ ଦଲାଲ ସହଯୋଗରେ ମୃତ ଦେବାନନ୍ଦଙ୍କ ପୁଅ ଘଟଣା ସ୍ଥଳକୁ ଯାଉଥିବା ସୂଚନା ମିଳିଛି । ଜଣେ ସୁସ୍ଥ ସବଳ ବ୍ୟକ୍ତିଙ୍କ ହଠାତ୍‍ ମୃତ୍ୟୁ ହେବା ଘଟଣାକୁ ପରିବାର ଲୋକ ସହଜରେ ଗ୍ରହଣ କରି ପାରୁନଥିବା ବେଳେ ଏହା ପଛରେ କିଡିନି ଚୋରି ର‍୍ୟାକେଟ୍‍ର ହାତ ଥିବା ସନ୍ଦେହ କରାଯାଇ କଲମପୁର ପୁଲିସ ଫାଣ୍ଡିରେ ଏକ ଏତଲା ଦିଆଯାଇଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories