ଆମେ ସାଧାରଣ ବର୍ଗର ହୋଇଥିବାରୁ ନୋଟାରେ ଭୋଟ୍‌ ଦେବୁ ବୋଲି ପୋଷ୍ଟର ମାରିଲେ ଗ୍ରାମବାସୀ

0

ଭୋପାଳ.- ଆମେ ସାଧାରଣ ବର୍ଗର ଲୋକ , ଆମେ ନୋଟାରେ ଭୋଟ୍‌ ଦେବୁ । ଏପରି କିଛି ପୋଷ୍ଟର ମଧ୍ୟପ୍ରଦେଶର ମାଲଓ୍ୱା , ଗୋଓ୍ୱାଲିଅର ଓ ଚମ୍ବଲ ଅଞ୍ଚଳର ମରାଯାଇଛି। ଆମମାନଙ୍କୁ ହଇରାଣ କରନ୍ତୁ ନାହିଁ , ଆମେ ସାଧାରଣ ବର୍ଗର ହୋଇଥିବାରୁ ନୋଟାରେ ଭୋଟ୍‌ ଦେବୁ ବୋଲି ଅନେକ ପୋଷ୍ଟର ଲାଗିଛି । ଆଗକୁ ମଧ୍ୟପ୍ରଦେଶରେ ବିଧାନସବା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ତା ପୂର୍ବରୁ ଅନେକ ଗ୍ରାମରେ ଏପରି ପୋଷ୍ଟର ଲାଗିଛି ।

ସମସ୍ତ ଦଳ ସଂରକ୍ଷଣ ବିଲ୍‌କୁ ସମର୍ଥନ କରୁଥିବାରୁ ଗ୍ରାମବାସୀମାନେ ଏପରି ନିଷ୍ପତ୍ତି ନେଇଛନ୍ତି  ବୋଲି ଜଣା ପଡିଛି।

Leave A Reply